ରାୟଗଡା/ ମାଲକାନଗିରି : ଆଜି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାୟଗଡ଼ା ଶେଷଖାଲ ଥାନା ହଂସା ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ରାୟଗଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଗୁରୁତର ଆନ୍ଧ୍ରପ୍ରଦେଶର ବୋଲି ଜଣା ପଡ଼ିଛି। ସମସ୍ତେ ମା ମଝି ଘରିଆଣୀଙ୍କୁ ଦର୍ଶନ କରିବାକୁ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନାଯୋଗ୍ୟ, ଏକ ମାଲବାହୀ ଟ୍ରକ ଓ ଇନୋଭା ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଇନୋଭା ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଶେଷଖାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃ୍ତଦେହକୁ ଜବତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଛି। ଏଥସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।
ସେହିପରି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ତିନି ବାଇକ୍ ଆରୋହୀ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ମାଲକାନଗିରି ଜିଲ୍ଲା ମାର୍କାପାଲି ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ବାଇକ ଆରୋହୀ ମାଛିଆମ ଓ ବାପନପାଲି ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗାଁ ଲୋକ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତରମାନଙ୍କୁ ୧୦୮ଆମ୍ବୁଲାନସ ଯୋଗେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି ।