ନୂଆଦିଲ୍ଲୀ: ଭାରତୀୟ ନୌସେନା ଏବଂ ରୁଷୀୟ ବିମାନ ଉତ୍ପାଦନ କମ୍ପାନି ମିଗ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ରୁଷିଆ ଭାରତ ସହ ମିଶି ମିଗ୍ ୨୯-କେ ଜେଟ୍ସ ଯୁନ୍ଧ ବିମାନ ବିକାଶ କରିବ। ରବିବାର ଏ ନେଇ କମ୍ପାନି ପକ୍ଷରୁ ପ୍ରକାଶ ପାଇଛି ଯେ ଭାରତ ସହିତ ମିଶି ଟେକ୍ନୋଲୋଜିର ବିକାଶ କରି ଭାରତକୁ ସାହାଯ୍ୟ କରିବାରେ କୌଣସି ସମସ୍ୟା ନାହିଁ। ବରଂ ଏ ପ୍ରସ୍ତାବ ନେଇ କମ୍ପାନି ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ। କମ୍ପାନି ପକ୍ଷରୁ ଆହୁରି ବି ପ୍ରକାଶ ପାଇଛି ଯେ ଏହି ଚୁକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ କିପରି ବଳବତ୍ତର ରହିବ ସେଥିପ୍ରତି ଆମେ ଉଦ୍ୟମରତ। ଆଶା କରୁଛୁ ଏହା ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ କରିବ।