ଦୁର୍ଗା ବେଶ ଧାରଣ କରିବା ନୁସରତଙ୍କୁ ମହଙ୍ଗା ପଡ଼ିଲା; ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କୁ ପୁଣି ଥରେ ଧମକ ମିଳିଥିବା ଜଣାପଡ଼ିଛି। ନିକଟରେ ନୁସରତ ଜାହାଁ ଦୁର୍ଗାଙ୍କ ଅବତାର ଧାରଣ କରି ଏକ ଫଟୋ ସୁଟ୍ କରିଥିଲେ, ଯାହା ପରେ ତାଙ୍କୁ ହତ୍ୟା କରିବାର ଧମକ ଦିଆଯାଉଛି। ସୋସିଆଲ ମିଡିଆରେ ନୁସରତ ଜାହାଁଙ୍କୁ ବାରମ୍ବାର ଧମକପୂର୍ଣ୍ଣ ପୋଷ୍ଟ ମିଳୁଛି। ଏହା ପରେ ସେ ଏନେଇ ଅଭିଯୋଗ କରିଛନ୍ତି। ଏବେ ନୁସରତଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଉଛି।

ନସୁରତ ଜାହାଁ ନିକଟରେ ଦୁର୍ଗାଙ୍କ ରୂପ ଧାରଣ କରି ଏକ ଫଟୋ ସୁଟ୍ କରାଇଥିଲେ | ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ଧମକ ମିଳିବା ଆରମ୍ଭ ‌ହୋଇଯାଇଛି। କିଛିଲୋକ ତ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ନୁସରତ ଜାହାଁଙ୍କୁ ଧମକ ଦେଇ ଲେଖିଛନ୍ତି, ଯେ ତୁମର ମୃତ୍ୟୁ ପାଇଁ ସମୟ ଆସିଛି, ତୁମେ ନିଜ ଶରୀରକୁ ବଞ୍ଚାଇ ପାରିବ ନାହିଁ | ଏହା ବ୍ୟତୀତ ଆଉ ଜଣେ ବ୍ୟବହାରକାରୀ ନୁସରତ ଜାହାଁଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ କହିଛନ୍ତି।

ତେବେ ନୁସରତ ଜାହାଁ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି। ନୁସରତଙ୍କ ବିବାହ ସମୟରେ ମଧ୍ୟ ଅନେକ ବିବାଦ ଉଠିଥିଲା।

ନୁସରତଙ୍କୁ ଏଭଳି ଧମକ ମିଳିବା ପରେ ଟିଏମସି ସାଂସଦଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ନୁରସରତ ଲଣ୍ଡନରେ ଅଛନ୍ତି, ଏଭଳି ପରିସ୍ଥିତିରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବଙ୍ଗଳା ସରକାରଙ୍କଠାରୁ ସୁରକ୍ଷା ଲୋଡିଛନ୍ତି।

ବଙ୍ଗଳା ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମ୍ମୁଖରେ ନିରନ୍ତର ଏହି ଧମକ ପ୍ରସଙ୍ଗ ଉଠା ଯାଇଥିବା ନେଇ ନୁସରତ ଜାହାଁଙ୍କ ଘନିଷ୍ଠ ସହଯୋଗୀ ସୂଚନା ଦେଇଛନ୍ତି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୋଗାଯୋଗ କରୁଛନ୍ତି। ଏଭଳି ପରିସ୍ଥିତିରେ ନୁସରତଙ୍କ ସୁରକ୍ଷା ବୃଦ୍ଧି ନେଇ ଚର୍ଚ୍ଚା ହେଉଛି।

ତେବେ ଏହା ପୂର୍ବରୁ ମଧ୍ୟ ନୁସରତ ଜାହାଁଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଥିଲା। ଯେତେବେଳେ ସେ ଦୁର୍ଗା ପୂଜାରେ ଯୋଗ ଦେଇଥିଲେ ଏବଂ ସିନ୍ଦୁର ଲଗାଇ ସଂସଦକୁ ଆସିଥିଲେ।

ସମ୍ବନ୍ଧିତ ଖବର