ସଂସ୍କୃତି ବିଶ୍ୱବିଦ୍ୟାଳୟର ବିପିଏ ଓ ବିଭିଏ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଅଧୀନ ମହାବିଦ୍ୟାଳୟର ବିପିଏ ପ୍ରଦର୍ଶନ କଳା(ସ୍ନାତକ) ଓ ଦୃଶ୍ୟକଳା(ବିଭିଏ)ର ଦ୍ବିତୀୟ, ୪ର୍ଥ ଓ ୬ଷ୍ଠ ସେମିଷ୍ଟର୍ ପରୀକ୍ଷା ଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇଛି। ବିପିଏ ପ୍ରଦର୍ଶନ କଳା ଦ୍ବିତୀୟ ସେମିଷ୍ଟର୍ରେ ୧୫୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୪ର୍ଥ ସେମିଷ୍ଟର୍ରେ ୧୪୪ ଜଣ ଓ ଷଷ୍ଠ ସେମିଷ୍ଟର୍ରେ ୧୧୯ଜଣ ପାସ୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଦୃଶ୍ୟ କଳା(ବିଭିଏ) ଦ୍ବିତୀୟ ସେମିଷ୍ଟର୍ ପରୀକ୍ଷାରେ ୩୩୬, ୪ର୍ଥ ସେମିଷ୍ଟର୍ରେ ୩୧୦ ଓ ଷଷ୍ଠ ସେମିଷ୍ଟର୍ରେ ୨୧୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଫଳ ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି ବୋଲି ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ କହିଛନ୍ତି।