ମୁଖ୍ୟମନ୍ତ୍ରୀଙ୍କ ପାରଳା ଗସ୍ତ ଆଜି

ପାରଳାଖେମୁଣ୍ଡି: ଆସନ୍ତାକାଲି (୪ ତାରିଖ ଶନିବାର) ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତରେ ଆସୁଛନ୍ତି। ଗଜପତି ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଅପରାହ୍ନ ୫ଟାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟା ୫୦ରେ ସେ ପାରଳାଖେମୁଣ୍ଡିରୁ ଭୁବନେଶ୍ବର ଫେରିଯିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବିଜେଡି ଶିବିର ମଧ୍ୟ ଚଳଚଞ୍ଚଳ ହୋଇଛି।

୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ନିର୍ବାଚନ ପ୍ରଚାରରେ ଆସି କେବଳ ଏକ ରୋଡ଼ ସୋ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବେ। ଏହା ନିଶ୍ଚିତ ଭାବେ ମୋ ପାଇଁ ମର୍ଯ୍ୟାଦାଜନକ ବୋଲି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବର୍ତ୍ତମାନ ଦଳର ଷ୍ଟାର ପ୍ରଚାରକ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ରହିବେ ବୋଲି ବିଜେଡି ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର