ନୂଆଦିଲ୍ଲୀ : ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେବେ। ଏଥିପାଇଁ ଏକ କମିଟି ଗଠନ ହୋଇଛି। କମିଟିର ରିପୋର୍ଟ ପାଇବାପରେ ସରକାର ଝିଅମାନଙ୍କ ବିବାହ ପାଇଁ ଏକ ସଠିକ୍ ବୟସ ରଖିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ କେତେ ରହିବା ଉଚିତ୍ ସେନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଛି ଏବଂ ଏଥିପାଇଁ ଏକ କମିଟି ମଧ୍ୟ ଗଠନ ହୋଇଛି। ମୋଦୀ କହିଛନ୍ତି, ଦେଶର ଝିଅମାନେ ତାଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। କମିଟି କାହିଁକି ଏଯାବତ୍ ନିଷ୍ପତ୍ତି ଶୁଣାଇନାହାନ୍ତି ତାହା ସେମାନେ ଜାଣିବାକୁ ଚାହିଛନ୍ତି। କିନ୍ତୁ ମୋଦୀ ଏହା ନିଶ୍ଚିତ କରାଇ କହିଛନ୍ତି ଯେ, ରିପୋର୍ଟ ଆସିବା କ୍ଷଣି ସରକାର ଏଦିଗରେ ତୁରନ୍ତ କାର୍ଯ୍ୟ କରିବେ।