ଆଇପିଏଲର ପ୍ରଥମ କ୍ବାଲିଫାୟର : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦିଲ୍ଲୀ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ । ଦିଲ୍ଲୀ ଦଳ ଏ ପର୍ଯ୍ୟନ୍ତ କୌଣସି ଆଇପିଏଲର ଫାଇନାଲକୁ ଯାଇନାହିଁ । ଫଳରେ ଏଥର ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଉଦ୍ୟମ କରିବ । ଅନ୍ୟପକ୍ଷରେ ଗତ ବର୍ଷର ଚାମ୍ପିୟନ ମୁମ୍ବାଇ ଏଥର ମଧ୍ୟ ଫାଇନାଲକୁ ଯାଇ ଟ୍ରଫି ହାତେଇବାକୁ ଚାହିଁବ ।

ଏହି ମ୍ୟାଚ ପାଇଁ ଦିଲ୍ଲୀ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ମାତ୍ର ମୁମ୍ବାଇ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଦଳକୁ ଷ୍ଟ୍ରାଇକ ବୋଲର ଜସପ୍ରିତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦିକ ପାଣ୍ଡ୍ୟା ଫେରିଛନ୍ତି ।

ସମ୍ବନ୍ଧିତ ଖବର