ଟ୍ରମ୍ପ୍ ହ୍ୱାଇଟ୍ ହାଉସ ନ ଛାଡ଼ିଲେ କ’ଣ ହେବ?
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରି ପରେ ହ୍ବାଇଟ୍ ହାଉସ ଛାଡ଼ିବେ ଏବଂ ଯଦି ସେ ପରମ୍ପରାକୁ ନ ମାନି ହ୍ବାଇଟ୍ ହାଉସ ଛାଡ଼ିବେ ନାହିଁ ତା’ହେଲେ କର୍ମଚାରୀମାନେ ତାଙ୍କ ନିର୍ଦ୍ଦେଶ ମାନିବା ବନ୍ଦ କରିଦେବେ ଏବଂ ନୂଆ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ମୁତାବକ କାମ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୨୦ ପରେ ପୁରୁଣା ରାଷ୍ଟ୍ରପତିଙ୍କ ସାମଗ୍ରୀ ବାହାର କରିଦିଆଯିବ ଏବଂ ନୂଆ ରାଷ୍ଟ୍ରପତିଙ୍କ ସାମଗ୍ରୀ ବିନା କୌଣସି ଅନୁମତିରେ ହ୍ବାଇଟ ହାଉସ ଭିତରେ ରଖାଯିବ।
ପୁରୁଣା ରାଷ୍ଟ୍ରପତିଙ୍କ ଦରମାରେ ହ୍ବାଇଟ୍ ହାଉସ ବାବଦ କୌଣସି ସୁବିଧା ରହିବ ନାହିଁ।
ଏଫ୍ବିଆଇ, ସିଆଇଏ ଭଳି ସୁରକ୍ଷା ସଂସ୍ଥାମାନେ ପୁରୁଣା ରାଷ୍ଟ୍ରପତିଙ୍କ ଆଦେଶ ଗ୍ରହଣ କରିବେ ନାହିଁ।