ନାଗରିକତା ଆଇନ ପାଇଁ ନିୟମ ପ୍ରସ୍ତୁତି ଚାଲିଛି: ସରକାର

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତା ଆଇନ (ସିଏଏ) ଅଧୀନରେ ଏବେ ନିୟମ ପ୍ରସ୍ତୁତ କରାଯାଉଛି ଏବଂ ଏଥିପାଇଁ ଜୁଲାଇ ୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ସୂଚନା ଦିଆଯାଇଛି। ସିଏଏ-୧୯କୁ ୧୨ ଡିସେମ୍ବର ୨୦୧୯ରେ ଅଧିସୂଚୀତ କରାଯାଇଥିଲା ଏବଂ ୨୦ ଜାନୁଆରି ୨୦୨୦ରେ ଏହା କାର୍ଯ୍ୟକାରୀ ହୋଇଛି। ଏବେ ଏହି ଆଇନ ଅଧୀନରେ ନିୟମ ପ୍ରସ୍ତୁତ କରାଯାଉଛି ଲୋକସଭା ଏବଂ ରାଜ୍ୟସଭା ଏ ବାବଦ ସମୟସୀମା ବୃଦ୍ଧିକୁ ମଂଜୁରି ଦେଇଛନ୍ତି ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି।।

ସମ୍ବନ୍ଧିତ ଖବର