ଛତିଆ : ବଡ଼ଚଣା ବ୍ଲକ୍ ତଥା ଶାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ବନ୍ଧପଲ୍ଲୀ ପ୍ରାଥମିକ ସ˚ରକ୍ଷିତ ଜଙ୍ଗଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଛି। ଫଳରେ ବ୍ୟାପକ ଗଛ ଜଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବୈରୀ-ଡାଳିଯୋଡ଼ା ବନାଞ୍ଚଳର ଶହେ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶନିବାର ମଧ୍ୟାହ୍ନରେ ଦେଖିବାକୁ ମିଳିଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଆଁ ସମଗ୍ର ଜଙ୍ଗଲକୁ ବ୍ୟାପି ଯାଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।