କୋରାପୁଟ ପୁଲିସକୁ ବଡ ସଫଳତା; କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୮ ଗିରଫ, ଦୁଇ ଫେରାର

ପଟାଙ୍ଗିରୁ ବିହାର, ଭୟା କୋରାପୁଟ; ଅଦା ଓ ପିଚୁ ଟ୍ରକରେ ଚାଲାଣ ହେଉଥିବା ଗଞ୍ଜ‌େଇ

କୋରାପୁଟ: କୋରାପୁଟ ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ଜିଲ୍ଲାର ସେମିଳିଗୁଡା ପୁଲିସ ଓ କୋରାପୁଟ ଟାଉନ ପୁଲିସ ପକ୍ଷରୁ ଗଞ୍ଜ‌େଇ ଚୋରା ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଦୁଇଟି ଥାନା ଅଧୀନ‌ରୁ ଏକ କୋଟିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୮ଜଣଙ୍କୁ ଗରିଫ କରାଯାଇଛି। ଅନ୍ଧାରର ସୁଯୋଗ ନେଇ ଦୁଇଜଣ ଚମ୍ପଟ ମାରିଥିବା ଜଣାପଡିଛି। କୋରାପୁଟ ଟାଉନ ପୁଲିସ ଗଞ୍ଜ‌େଇ ଚୋରା ଚାଲାଣ କରାଯାଉଥିବା ବେଳେ ୧୭ କ୍ବିଣ୍ଟାଲ ୫୨ କେଜି ଗଞ୍ଜେଇ ଜବତ କରିଛି। ଏହାସହ ଅଦା ଭତ୍ତି ୧୪ ଚକିଆ ଟ୍ରକ (ବିଆର-୪୪-ଜିଏ-୦୩୭୪) ଓ ବୋଲେରୋ (ଓଡି ୧୦ଆର-୧୩୩୭) ଜବତ କରାଯାଇ ଥିବାବେଳେ ୮ ଜଣକୁ ଗିରଫ କରିଛି ପୁଲିସ। ସେମାନେ ହେ‌ଲେ ବିହାର ରାଜ୍ୟ ବକ୍ସର ଜିଲ୍ଲା ଦିଆପରମେଶ୍ବର ଗାଁର ମୁକ୍ତଶ୍ବେର ଠାକୁରଙ୍କ ପୁଅ ସଞ୍ଜୀବ କୁମାର ଠାକୁର(୩୩), ବଲିହାର ଗାଁର କହ୍ନେ‌ୟା ଯାଦବଙ୍କ ପୁଅ ସତ୍ୟ ନାରାୟଣ ଯାଦବ(୨୫) ଗିରଫ ହୋଇଥିବାବେଳେ କୋରାପୁଟ ଜିଲ୍ଲାର ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପଟାଙ୍ଗା ଥାନା ଅନ୍ତର୍ଗତ ପଣ୍ଡେଇ ଗାଁର ମାନିକ ଅଦକାଟିଆ(୨୮), କରଞ୍ଜଗୁଡା ଗାଁର ଜଗତରାଓ ଖୀଲଙ୍କ ପୁଅ ବାବୁ ରାଓଖୀଲ(୩୪), ପଣ୍ଡେଇ ଗାଁର ଜାପାନ ଅଦାକାଟିଆଙ୍କ ପୁଅ ରାଜେଶ ଅଦାକାଟିଆ(୨୮) ପଣ୍ଡେଇ ଗାଁର ସଙ୍ଗରୁତ ଦୁଶୁରା ବାରିକଙ୍କ ପୁଅ ଗୋରା ଦୁଶୁରା ବାରିକ(୩୩), ସେମିଳିଗୁଡା ନେହୁରୁ ନଗର ଅନ୍ତର୍ଗତ ରମେଶ ସାହୁଙ୍କ ପୁଅ ଆଦିତ୍ୟ ସାହୁ (୨୨)ଓ ସୁନାବେଡା ଚର୍ଚ୍ଚ କଲୋନୀର ଡାନିଏଲ ତୁରୁକଙ୍କ ପୁଅ ନିକୋଦିନୀ ତୁରୁକ୍‌(୨୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଏଥିସହ ଗଞ୍ଜେଇ ଗାଡିକୁ ପାରି କରାଇବା ସକାଶେ ବ୍ୟବହୃତ ୩ଟି ଗାଡିକୁ ମଧ୍ୟ ଜବତ କରିଛି ପୁଲିସ। ଜବତ ଗାଡି ମଧ୍ୟରେ ଗୋଟାଏ ବୋଲେରୋ(ଓଡି ୧୦ଆର-୧୩୩୭), ଗୋଟାଏ ମାରୁତି ସୁଜୁକି ଅଲ୍ଟୋ କାର(ଓଡି-୦୨ପି-୧୦୪୪) ଓ ହିରୋ ହୋଣ୍ଡା ଗ୍ଲାମର (ଓଡି-୧୦ପି-୬୫୫୨) ରହିଛି। ଜବତ ଗଞ୍ଜେଇର ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ ବୋଲି କୋରାପୁଟ ଥାନା ଆଇଆଇସି ଧିରେନ ପଟ୍ଟନାୟକ କହିଛନ୍ତି। ୧୦ ଚକିଆ ଟ୍ରକଯୋଗେ ଅଦା ସହ ଗଞ୍ଜେଇ ଭର୍ତ୍ତିକରି ପଟାଙ୍ଗିରୁ ବିହାର ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି। ଏହି ଘଟଣାରେ କୋରାପୁଟ ପୋଲିସ ୮ଜଣକୁ ଗିରଫ କରିବାରେ ସଫଳ ହୋଇଛି।

Sambad

ମିଳିଥିବା ସୂଚନା ମୁତାବକ କୋରାପୁଟ ଟାଉନ ପୁଲିସକୁ ଗତକାଲି ବିଳମ୍ବିତ ରାତିରେ ଟାଉନ ଆଇଆଇସି ଧୀରେନ୍ ପଟ୍ଟନାୟକଙ୍କୁ କୋରାପୁଟ ଦେଇ ଗଞ୍ଜଇେ ଚାଲାଣ ହେଉଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲେ। ଏହାପରେ ଏସଆଇ ଚିତ୍ତରଞ୍ଜନ ପ୍ରଧାନୀ ଓ ତାଙ୍କ ଟିମ୍‌ଙ୍କୁ କୋରାପୁଟ ନିକଟସ୍ଥ ଲାଣ୍ଡିଗୁଡା ନିକଟରେ ମୁତୟନ କରିଥିଲେ। ଏହି ସମୟରେ ବାଇକ ଆସିଥିଲା, ଏହାପରେ ଅଲୋଟୋ ଆସିଥିଲା। ପରେ ବ‌ୋଲୋରୋ ଆସିବା ପରେ ଟ୍ରକ୍‌ ଆସିଥିଲା। ଏକଜ୍ୟୁଟିଭ୍‌ ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ଯାଞ୍ଜ କରିବା ପରେ ସେଠାରୁ ୧୨୬ ବ୍ୟାଗ ଅଦା ସହ ୫୦ ବ୍ୟାଗ୍‌ ଗଞ୍ଜେଇ ବାହାରିଥିଲା। ପୁଲିସ ୭୪/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଛି।

ସେହିପରି ପିଚୁ ଟ୍ୟାଙ୍କରରୁ ୬ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରାଯାଇଥିବାଳେ ଅନ୍ଦାର ସୁଯୋଜ ନେଇ ଦୁଇଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି। ଗତକାଲି ରାତି ପ୍ରାୟ ୯ ଟା ସମୟରେ ୨୬ ନଂ ଜାତୀୟ ରାଜପଥ କୁତୁଗାଁ ଛକ ଠାରେ ଏକ ପିଚୁ ଗାଡିରେ ଗଞ୍ଜ‌େଇ ଚାଲାଣ ହେଉଥିବାନେଇ ସେମିଳିଗୁଡା ପୋଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲା। ଏକ ଟିମ ଏହି ଛକ ନିକଟରେ ଚଢାଉ କରିବାରୁ ଏକ ପିଚୁ ଟ୍ୟାଙ୍କରରେ ପଟାଙ୍ଗୀରୁ ବିହାରକୁ ଚାଲାଣ ହେବାକୁ ଥିବା ୬୭୫ କେଜି ଗଞ୍ଜେଇ ସମେତ ଉକ୍ତ ପିଚୁ ତ୍ୟାଙ୍କର କୁ ଜବତ କରିଥିଲା। ଅନ୍ଧାରର ସୁଯୋଗ ନେଇ ଟ୍ରକ ରେ ଥିବା ଦୁଇ ଚାଲାଣକାରୀ ଚମ୍ପଟ ମାରିଛନ୍ତି। ଜବତ ଟ୍ୟାଙ୍କର ରେ ୬୭ ଟି ବଣ୍ଡଲ କରାଯାଇ ଗଞ୍ଜ‌େଇ ରଖାଯାଇଥିଲା।ସେମିଳିଗୁଡା ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଥିବା ବେଳେ ଜବତ ଗଞ୍ଜେଇର ବଜାର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ହେବ ବୋଲି ସେମିଳିଗୁଡା ଥାନା ଅଧିକାରୀ ଧୀରେନ୍‌ ବେହେରା ସୂଚନା ଦେଇଛନ୍ତି। ସେମିଳିଗୁଡା ପୋଲିସ ପକ୍ଷରୁ ହୋଇଥିବା ଚଢାଉରେ ଆଇଆଇସି ଧୀରେନ କୁମାର ବେହେରା, ଏସ୍ ଆଇ ଅନୀତା ନାୟକ, ହାବିଲ୍‌ଦାର ଏମ କେ ବାଘ, କନେଷ୍ଟବଳ ଏନ ମୁଦୁଲି ଓ ଏମ୍‌ଏସ୍‌ ମୁଦୁଲି, ଓଏପିଏଫ ବି ମୁଦୁଲି ଓ ଜେ କୁଲସିକା ସାମିଲ ଥିଲେ।

 

ସମ୍ବନ୍ଧିତ ଖବର