ଧର୍ମନାମରେ କ୍ଷୀର ନଷ୍ଟ କରାନଯାଉ; ମାନବବାଦ ହେତୁବାଦ ସଂଗଠନର ରୋଗୀଙ୍କୁ କ୍ଷୀର ପ୍ରଦାନ

ମାଲକାନଗିରି: ସମଗ୍ର ଦେଶରେ ଶିବରାତ୍ରୀ ଅବସରରେ ଲକ୍ଷଲକ୍ଷ ଲିଟର କ୍ଷୀର ନଷ୍ଟ କରାଯାଉଛି। ଯାହାର ସଦୋପଯୋଗ କରିଛି ମାଲକାନଗିରି ମାନବବାଦ ହେତୁବାଦ ସଂଗଠନ। ମାଲକାନଗିରିର ପୁଷ୍ଟି ପୁନର୍ବାସ କେନ୍ଦ୍ର, ମେଡିକାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ଗରିବ ପିଲାଙ୍କୁ କ୍ଷୀର ପ୍ରଦାନ କରିଛି। ମାନବ ସେବା ହିଁ ପ୍ରକୃତ ମାଧବ ସେବା ବୋଲି ଏହି ସଂଗଠନ କହିବା ସହ ପ୍ରତ୍ୟେକ ଶିବରାତ୍ରୀରେ କ୍ଷୀରକୁ ନଷ୍ଟ ନକରି ଗରିବ, ରୋଗୀ, ପୁଷ୍ଟିହୀନତା ପିଲାଙ୍କୁ କ୍ଷୀର ପ୍ରଦାନ କରାଯାଉଛି। ଯାହାଦ୍ବାରା ସିଧାସଳଖ ମାଧବଙ୍କର ସେବା ହେଉଥିବା କୁହାଯାଇଛି।

Sambad

ମାନବବାଦ ହେତୁବାଦ ସଂଗଠନ ଏ ପ୍ରକାର ମାନବିକତା କାର୍ଯ୍ୟକାରି ବେଶ ପ୍ରଶଂସିତ ହେବା ସହ ଅନ୍ଧବିଶ୍ବାସକୁ ଦୁର କରିବା ପାଇଁ ଏକ ପ୍ରୟାସ ବୋଲି କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଏମ୍ଓ‌ ଡଃ. ଶିବ ପ୍ରସାଦ ମହାରଣା, ଡଃ. ବ୍ରଜବନ୍ଧୁ ଦାସ, ଡଃ. ଲୋଲୁପ ଶତପଥୀ, ପ୍ରଣବ କିଶୋର ପାଣିଗ୍ରାହୀ, ସଂଗଠନର ସଂପାଦକ କେ. ଦେଶିରାଜୁ ଆଚାରୀ, ରକ୍ଷ୍ମଣ ଚନ୍ଦ୍ର ଘାରାମୀ, ପିଜୁଷ ବରାଳ, ଦେବାଶିଷ ମଣ୍ଡଳ, ଜିଶିଦାନ, ଶିବ ପ୍ରସାଦ ଆଚାରୀ, ମୃତ୍ୟୁଞ୍ଜୟ ମଣ୍ଡଳ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର