ନିଲିଗୁଡାରେ ବିଭତ୍ସ ହତ୍ୟାକାଣ୍ଡ, ପୁଲିସର ତନାଘନା ଜାରି

ପଡ଼ିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଜାରି ରହିଛି। ସୂଚନା ମୁତାବକ ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ଦୁଇଜଣ ବ୍ୟକ୍ତିଙ୍କ ସହ ନିଜ ଘର ପାଖରେ କଥା ହେଉଥିଲେ।  ରାତି ପ୍ରାୟ ୮ ଟା ବେଳେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ବୁଦୁରାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ।

ଏତିକି ବେଳେ ବୁଦୁରାଙ୍କକ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଘର ବାହରକୁ ଆସି ଦେଖିଲା ବେଳେକୁ ବୁଦୁରା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ବାରଣ୍ଡାରେ ପଡ଼ି ରହିଥିଲେ। ଏହାପରେ ବୁଦୁରାଙ୍କ ପରିବାର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଡିଆ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଗ୍ରାମରେ ପହଂଚି ବୁଦୁରାର ହତ୍ୟା ଘଟଣାର ତଦନ୍ତ ଚଳାଇଛି। ଦୀର୍ଘ ଦିନ ଧରି ବୁଦୁରା ଗ୍ରାମରେ ଗୁଣି ଗାରେଡ଼ି କରୁଥିବାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିବା କୁହାଯାଇଛି ।

ସମ୍ବନ୍ଧିତ ଖବର