ଓଡ଼ିଶା ପୁଲିସରେ ୭୨୧ ପଦ ପୂରଣ ପାଇଁ ବିଜ୍ଞପ୍ତି, ତୃତୀୟ ଲିଙ୍ଗ ବି ଆବେଦନ କରିପାରିବେ
କଟକ : ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ପୁଣି ଥରେ ସୁଯୋଗ ସୃଷ୍ଟି ହୋଇଛି। ଆଜି ମୋଟ ୭୨୧ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪୭୭ ସବ ଇନସପେକ୍ଟର(ଏସଆଇ) ପଦବି ଓ ୨୪୪ କନେଷ୍ଟବଳ( କମ୍ୟୁନିକେସନ) ପାଇଁ ନିଯୁକ୍ତି ବିଜ୍ଞାପନ ଆହ୍ବାନ କରାଯାଇଥିବା ନେଇ ଡିଜିପି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ସହିତ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଡିଜିପି କହିଛନ୍ତି। ଏଥିସହିତ ଓଡ଼ିଶା ପୁଲିସରରେ କ୍ୟାରିୟର କଲେ ଏଥିରେ ଭଲ ସୁଯୋଗ ଥିବା କହିବା ସହିତ ଆଶାୟୀଙ୍କୁ ଡିଜିପି ଶୁଭେଚ୍ଛା ଜଣାଇଛନ୍ତି। ଏହି ପଦବି ପାଇଁ ତୃତୀୟ ଲିଙ୍ଗମାନେ ବି ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସଆଇ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଛି। ଏହାର ଅନଲାଇଇନ ଆବେଦନ ତାରିଖ ଜୁନ ୨୨ରୁ ଆରମ୍ଭ ହୋଇ ଶେଷ ତାରିଖ ଜୁଲାଇ ୧୫ ରହିଛି। ସେହିଭଳି କନେଷ୍ଟବଳ କମ୍ୟୁନିକେସନ ପାଇଁ ଯୁକ୍ତ ୨ ଓ ଡିପ୍ଲୋମା( କମ୍ପ୍ୟୁଟର ଆପଲିକେସନ) ରଖାଯାଇଛି। ଏହାର ଆବେଦନ ତାରିଖ ମଧ୍ୟ ଜୁନ ୨୨ରୁ ଜୁଲାଇ ୧୫ ତାରିଖ ଧାର୍ଯ୍ୟ କରାଯାଇଛି। ନିଯୁକ୍ତି ପାଇଁ ପରୀକ୍ଷା ତିନି ପର୍ଯ୍ୟାୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅନାଲାଇନ ମଲଟିପୁଲ ଚଏସ ପ୍ରଶ୍ନ ରହିବ। ସେହିଭଳି ଦୁଇ ପର୍ଯ୍ୟାୟରେ ଶାରୀରିକ ପରୀକ୍ଷା ହେବ। ଏସଆଇ ୪୭୭ ମଧ୍ୟରୁ ଅନୁସୂଚିତ ଜାତି ବର୍ଗ ପାଇଁ ୭୮, ଅନୁସୂଚିତ ଜନଜାତି ପାଇଁ ୧୦୭, ଏସଇବିସି ପାଇଁ ୫୩ ଓ ୨୩୯ଟି ଅଣ ସଂରକ୍ଷିତ ପଦବି ରହିଛି। ମୋଟ ୪୭୭ ପଦବି ମଧ୍ୟରୁ ୧୬୦ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ସେହିଭଳି ୨୪୪ କନେଷ୍ଟବଳ( କମ୍ୟୁନିକେସନ) ମଧ୍ୟରୁ ୧୧୨ ପଦବି ଅଣସଂରକ୍ଷିତ ଥିବା ବେଳେ, ଅନୁସୂଚିତ ଜନଜାତି ପାଇଁ ପାଇଁ ୬୭, ଅନୁସୂଚିତ ଜାତି ପାଇଁ ୪୨, ଏସଇବିସି ପାଇଁ ୨୩ ପଦବି ରହିଛି। ମୋଟ ପଦବିରୁ ୮୧ ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।