କରୋନାରେ ଚାଲିଯାଇଥିଲେ ବାପା ଓ ପୁଅ, ଘରେ କଳାକନା ବୁଲାଇଦେଲେ ଚୋର, ବନ୍ଧୁକ ଦେଖାଇ ଲୁଟିନେଲେ ୨ଲକ୍ଷ ଟଙ୍କା, ୨୦ ଭରି ସୁନା

ବରୀ/ରତ୍ନଗିରି  : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମର କାଞ୍ଚନବାଳା ଶୁକ୍ଳଙ୍କ ଘରୁ ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ଡକାୟତମାନେ ଘରେ ପଶି କାଞ୍ଚନବାଳାଙ୍କ ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଓ ଛୁରି ଲଗାଇ ୨ଲକ୍ଷ ୨୦ ହଜାର ଟଙ୍କା ସହିତ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗତ କିଛିଦିନ ତଳେ କାଞ୍ଚନବାଳାଙ୍କ ସ୍ବାମୀ ରାଧାଶ୍ୟାମ ଶୁକ୍ଳ ଓ ଏକମାତ୍ର ପୁଅ ଅମିତାଭଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏବେ ଦୁର୍ବୃତ୍ତମାନେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।

 

ସ୍ବାମୀ, ପୁଅଙ୍କ ମୃତ୍ୟୁ ପରେ କାଞ୍ଚନବାଳା, ବୋହୂ କଳ୍ପନା, ଝିଅ ମଧୁସ୍ମିତା ଓ ଛୋଟଛୋଟ ଦୁଇ ନାତି ରହୁଛନ୍ତି। ଘରେ ପୁରୁଷ ଲୋକ କେହି ନଥିବା ସୁଯୋଗରେ ଗତ ରବିବାର ରାତି ପ୍ରାୟ ଦେଢ଼ଟା ବେଳେ ବାହାର ଗେଟ୍ ତାଲା ଭାଙ୍ଗି ୫/୬ ଜଣ ଦୁର୍ବୃତ୍ତ ଭିତରେ ପଶି ଘରର ସ୍କାଏଲାଇଟ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କବାଟ ବାଡ଼େଇବା ଓ ବାହାରେ ପାଟିଶୁଣି ଝିଅ ମଧୁସ୍ମିତା କବାଟ ଖୋଲି ଦେଖିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶିଯାଇଥିଲେ।

ସମ୍ବନ୍ଧିତ ଖବର