କୋରାପୁଟ : ଗରାଖକୁ ଗୋଲ୍ଡ ଲୋନ ଦେଉଥିଲେ। ଗରାଖ ଲୋନ ମଧ୍ୟ ସୁଝୁଥିଲା, ହେଲେ ଏହା କମ୍ପାନୀ ଆକାଉଣ୍ଟକୁ ନ ଯାଇ ଯାଇଛି କର୍ମଚାରୀଙ୍କ ଆକାଉଣ୍ଟକୁ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କାର ହୋଇଛି ହେରଫେର । କୋରାପୁଟ ସ୍ଥିତ ବାଜାଜ ଫାଇନାନ୍ସ ସର୍ଭିସରେ ହୋଇଛି ଏକ ବଡଧରଣର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ପୁନେରୁ ଆସିଥିବା ଅଡିଟ ଟିମ୍ ଧରିବା ପରେ ସତ ପଦାକୁ ଆସିଛି। ଅଡିଟ ଟିମ ୧୧ ତାରିଖରୁ ୧୩ ତାରିଖ ଯାଏ ଅଡିଟ କରିବା ପରେ ସବୁ ଧରା ପଡିଥିଲା। ଏହାପରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ପୁଲିସ ପକ୍ଷରୁ କୋରାପୁଟ ଶାଖା ପରିଚାଳକ ବ୍ରହ୍ମପୁର ନିବାସୀ ବାସୁଦେବ ନାୟକ (୩୧), ଜୟପୁରର ଅଭିଶେଖ ମହାନ୍ତି (୩୨), ଗୁପ୍ତେଶ୍ବର ଗୁଣ୍ଠା(୨୪) ଓ କିଶନ ଖରା (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଗ୍ରାହକଙ୍କ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଚାରିଜଣ ସେମାନେ କାର୍ଯ୍ୟ କରୁଥିବା କମ୍ପାନୀକୁ ୨କୋଟି ୩୦ଲକ୍ଷଟଙ୍କା ଠକି ଦେଇଥିବା ଟାଉନଥାନା ଅଧିକାରୀ ଧିରେନ ପଟ୍ଟନାୟକ ଏକ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି । କମ୍ପାନୀର ଅଡିଟ ରିପୋର୍ଟ ଆଧାରରେ ଏହି ଚାରିଜଣ ଠକିଥିବା ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିଥିବା କମ୍ପାନୀ ତରଫରୁ ଅଭିଯୋଗ ମିଳିବା ପରେ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଗିରଫ ୪ଜଣଙ୍କ ମଧ୍ୟରୁ ୨ଜଣ କୋରାପୁଟର ଥିବା ବେଳେ ଜୟପୁରର ଜଣେ ଓ ବ୍ରହ୍ମପୁରର ଜଣେ ଥିବା ଜଣାପଡିଛି । ପୋଲିସ ୧୯୬/୨୧ରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ।