ଜଷ୍ଟିସ୍ ବିଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ବିଭି ନାଗରତ୍ନା ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବେ । ଆଜି ଏନେଇ ସୂଚନା ମିଳିଛି । ଜଷ୍ଟିସ ବିଭି ନାଗରତ୍ନା କର୍ଣ୍ଣାଟକ ହାଇକୋର୍ଟରେ ଏବେ ବିଚାରପତି ଅଛନ୍ତି । ସେ ସୁପିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଇଏମ ଭେଙ୍କଟରମେୟାଙ୍କ କନ୍ୟା । ଜଷ୍ଟିସ ନାଗରତ୍ନା କର୍ଣ୍ଣାଟକରେ କମର୍ସିଆଲ ଏବଂ ସାମ୍ବିଧାନିକ ଆଇନର ବାଖ୍ୟା କରି ଅନେକ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତାଙ୍କ ପିତା ପୂର୍ବ ଜଷ୍ଟିସ ଭେଙ୍କଟରମେୟା ୧୯୮୯ ଜୁନ ୧୯ ତାରିଖରୁ ୧୯୮୯ ଡିସେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ପଦଭାର ସମ୍ଭାଳିଥିଲେ ।

ଜଷ୍ଟିସ ବିଭି ନାଗରତ୍ନା କର୍ଣ୍ଣାଟକରେ ୧୯୮୭ ମସିହାରେ ବାର କାଉଁସିଲରେ ନାମଙ୍କନ କରି ସାମ୍ବିଧାନିକ ଓ ବ୍ୟବସାୟୀକ ଆଇନ ଉପରେ ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କୁ ୨୦୦୮ରେ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୦ ଫେବ୍ରୁଆରି ୧୭ ତାରିଖରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନଭି ରମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ସୁପ୍ରିମକୋର୍ଟର ପଦୋନ୍ନତି ପାଇଁ ୯ ଜଣ ଜଷ୍ଟିସଙ୍କ ନାମ ସୁପାରିଶ କରିଛନ୍ତି । ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ବିଭି ନାଗରତ୍ନାଙ୍କ ନାମ । ଏହି ସୁପାରିଶ ପତ୍ରରେ ବି ଅନ୍ୟ ୨ ଜଣ ମହିଳାଙ୍କ ନାମ ରହିଛି । ସେମାନେ ହେଲେ ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ହିମା କୋହଲି ।

ସମ୍ବନ୍ଧିତ ଖବର