ହୁତୁହୁତୁ ହୋଇ ଜଳିଗଲା କଳା ପଲ୍ସର
ବାରିପଦା: ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ମିନି ଷ୍ଟାଡିୟମ ଆଗରେ ଆଜି ସକାଳୁ ଛିଡା ହୋଇଥିବା ଏକ କଳା ପଲ୍ସର ଗାଡ଼ି ହୁତୁହୁତୁ ହୋଇ ଜଳି ଯାଇଥିଲା। ପୂର୍ଵ ଶତ୍ରୁତା କାରଣରୁ ଏପରି ହୋଇଥିବା ଜଣାପଡିଛି। ଓଡ଼ି ୧୧-ଏସ-୬୯୭୩ ନମ୍ବର ବିଶିଷ୍ଟ ଏହି କଳା ପଲ୍ସରଟି ସ୍ଥାନୀୟ ଯୁବକ ସେକ୍ ସଫିକଙ୍କର ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସ୍ଥାନୀୟ ଲୋକ ନିଆଁ ଲିଭାଇଥିଲେ। ସ୍ଥାନୀୟ ଲୋକଙ୍କ ସାହସିକତା କାରଣରୁ ପାଖରେ ଥିବା କିଛି ଦୋକାନ ବଞ୍ଚିଯାଇଛି। କିନ୍ତୁ ବାଇକ୍ଟି ସଂପର୍ଣ୍ଣ ଭାବେ ପୋଡିଯାଇଛି। ତେବେ କେଉଁ କାରଣରୁ ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ।