ଭୁବନେଶ୍ବର: ଗତକାଲି ୪ ଲକ୍ଷ ୫ ହଜାର କରୋନା ଟିକାର ଡୋଜ୍ ଦିଆହୋଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଦ୍ଵିତୀୟ ଡୋଜଜୁ ମିଶାଇ ଏଯାବତ୍ ୨ କୋଟି ୮୭ ଲକ୍ଷ ଡୋଜ୍ ଦିଆସରିଛି। ସେଥିରୁ ୨ କୋଟି ୧୦ ଲକ୍ଷ ପ୍ରଥମ ଡୋଜ୍ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ୍ ଦିଆହୋଇଛି। ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ପାଇଛନ୍ତି। ଯେତିକି ଟିକାକରଣ ବାକି ଅଛି, ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ୍ ପାଇସାରିଲେଣି। ଯେଉଁମାନେ ଟିକା ପାଇନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇଛି। ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ୧୮୦୦ ଟିକାକରଣ ସେସନ ଚାଲିଛି। ଆଜି ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଟିକା ବି ପର୍ଯ୍ୟାପ୍ତ ମହଜୁଦ ଅଛି। କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ୩ ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟିକା ନେବାକୁ ଭୁଲି ଯାଉଛନ୍ତି। ସେମାନଙ୍କୁ ଟିକା ନେବା ପାଇଁ ଏସଏମଏସ୍ ପଠାଯାଉଛି। ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ।