ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପରେ କଡା ମୁକାବିଲା ଦେଖିବାକୁ ମିଳୁଛି । ଆସନ୍ତା କାଲି ଆଉ ଏକ କଡା ମୁକାବିଲା ଦେଖିବାକୁ ମିଳିବ ଆଫଗାନିସ୍ତାନ୍ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଏହି ମ୍ୟାଚ୍ ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତି ଭଳି ରହିଛି । ଆଉ ଏହି ଦୁଇ ଦଳଙ୍କ ହାର-ଜିତ୍ ଉପରେ ନିର୍ଭର କରୁଛି ଭାରତର ଭାଗ୍ୟ । ଏହାରି ଭିତରେ ସାମ୍ନାକୁ ଆସିଛି ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ସୋଏବ ଅଖତରଙ୍କ ବୟାନ ।
Sambad is now on WhatsApp
Join and get latest news updates delivered to you via WhatsApp
ସୋଏବ ଅଖତର ତାଙ୍କ ଅଫିସିଆଲ ୟୁଟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରି କହିଛନ୍ତି, ଯଦି ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ହାରେ ତାହେଲେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବ । ସୋସିଆଲ ମିଡିଆକୁ ରୋକିବା ବାଲା କେହି ନଥିବେ । ଏହା ମୁଁ ପୂର୍ବରୁ ଚେତାଇ ଦେଉଛି । ଆଉ ମତେ ଡର ଅଛିକି, ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯିବ, ଛାଡ ମୁଁ ଏବେ କୌଣସି ବିବାଦୀୟ ବୟାନ ଦେବାକୁ ଚାହୁଁନି ବୋଲି କହିଛନ୍ତି ସୋଏବ ଅଖତର ।
କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତିକି, ମୁଁ ଜାଣିଛି ନ୍ୟୁଜିଲାଣ୍ଡ ଏକ ଭଲ ଟିମ୍, ଯିଏ ଆଫଗାନିସ୍ତାନକୁ ହରାଇପାରିବ । କିନ୍ତୁ ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଭଲରେ ନଖେଳେ ତାହେଲେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ସୋସିଆଲ ମିଡିଆକୁ ରୋକିବା କଷ୍ଟକର ହେବ । ସେପଟେ ଯଦି ନ୍ୟୁଜିଲାଣ୍ଡ ମ୍ୟାଚ୍ ହାରୁଛି ତାହେଲେ ମୁଁ ଚାହିଁବି, ଭାରତ ପାକିସ୍ତାନ ଫାଇନାଲ ଖେଳନ୍ତୁ.. ଯାହା ପୂରା ଦୁନିଆ ଦେଖିବାକୁ ଚାହୁଁଛି । ଦେଖାଯାଉ ଆଗକୁ କଣ ହେଉଛି ।