ଝାଡ଼ଖଣ୍ଡର ୧୪ଟି ସ୍ଥାନରେ ଏନଆଇଏ ଚଢଉ

ରାଞ୍ଚି : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କିତ ମାମଲାରେ ଝାଡ଼ଖଣ୍ଡର ୧୪ ଟି ସ୍ଥାନରେ ଚଢଉ କରିଛି। ରାଞ୍ଚି, ଲାତେହାର ଏବଂ ଛତ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢଉ ହୋଇଥିବା ଏନଆଇଏ ଏକ ବିବୃତିରେ କହିଛି। ଏହି ସମୟରେ କିଛି ଅପରାଧିକ କାର୍ଯ୍ୟକଳାପର ଦସ୍ତାବିଜ ସହ ଡିଜିଟାଲ ଉପକରଣ ମଧ୍ୟ ଜବତ ହୋଇଛି।

ଗତ ବର୍ଷ ଡିସେମ୍ବର ୧୯ରେ ଲାତେହାରର ତେତରିଆଖାଦ କୋଲିଆରିରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି, ‌ଷଡ଼୍‌ଯନ୍ତ୍ର ତଥା ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଲାତେହାରର ବାଲୁମାଥ ପୁଲିସ ଷ୍ଟେସନରେ କେତେକ ମାମଲା ଦାଏର ହୋଇଥିଲା। ଏହି ମାମଲାର ଅଭିଯୁକ୍ତମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ।। ଏମାନେ ଗତ ବର୍ଷ ଡିସେମ୍ବର ୧୮ରେ ତେତରିଆଖାଦ କୋଲିଆରିରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଥିଲେ ଯାହା ଦ୍ବାରା ସାଧାରଣ ନାଗରିକ ଆହତ ହୋଇଥିଲେ ଏବଂ ଅନେକ ଗାଡ଼ିରେ ନିଆଁ ମଧ୍ୟ ଲାଗିଯାଇଥିଲା। ଏହି ମାମଲା ମାର୍ଚ୍ଚ ୪ରେ ଏନଆଇଏ ଦ୍ୱାରା ପଞ୍ଜୀକୃତ ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୫ ଏବଂ ୧୭ରେ ଅଭିଯୁକ୍ତଙ୍କ ବିରୋଧରେ ଏନଆଇଏ ପକ୍ଷରୁ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର