ଭଦ୍ରକ: ଜିଲ୍ଲାର ଆମ୍ବ୍ରୋଳି ପଞ୍ଚାୟତର ତଲଙ୍ଗ ଗ୍ରାମର ୧ ନମ୍ବର ୱାର୍ଡରେ ସନ୍ଧ୍ୟା ପରେ ବାଲାଟ ପେପର ପୋଲିଂ ଷ୍ଟେସନ ବାହାରକୁ ନେଉଥିବା ଅଭିଯୋଗ ନେଇ ଉତ୍ତେଜନା ସହ ପ୍ରିଜାଇଡିଂ ଅଫିସର ଘେରାଉ କଲେ ଲୋକେ । ଘଟଣାସ୍ଥଳରେ ପୁଲିସ ଓ ବିଡ଼ିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ବୁଝାସୁଝା କରୁଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ୧୬ ତାରିଖରେ ପ୍ରଥମ ପର୍ଯାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଭଦ୍ରକ ଓ ବନ୍ତ ବ୍ଲକରେ ନିର୍ବାଚନ ହେବ । କିନ୍ତୁ ନିର୍ବାଚନ ପୂର୍ବରୁ ଭଦ୍ରକ ବ୍ଲକ ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ୧ ନମ୍ବର ୱାର୍ଡରେ ଉତେଜନା ଦେଖାଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
୧ନମ୍ବର ୱାର୍ଡ ଝାଟିଆ ପ୍ରାଇମେରୀ ସ୍କୁଲରେ ପୋଲିଂ ପାଇଁ ପ୍ରସ୍ତୁତି ବେଳେ ନିୟୋଜିତ କର୍ମଚାରୀ ଭୁଲ ବଶତଃ ବାଲାଟ ପେପରର ନିର୍ଦ୍ଧାରିତ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ଷ୍ଟାମ୍ପ ମାରିଥିଲେ । ପରେ ଏହି ଘଟଣା ଜାଣିବା ପରେ ଦାୟିତ୍ୱରେ ଥିବା ଅଫିସର ସେକ୍ଟର ଅଫିସରଙ୍କୁ ଅବଗତ କରାଇ ବାଲାଟ ପେପର ବଦଳାଇବା ପାଇଁ ଯାଉଥିଲେ। ତେବେ ଏହି ସମୟ ରେ ସ୍ଥାନୀୟ ଲୋକେ ବାଲାଟ ନେଇଯାଉଥିବା ଅଫିସରଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ ।
ତେବେ ପୁଲିସ ପହଞ୍ଚି ଘଟଣା ବିଷୟ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାଲାଟରେ ଭୁଲ ଷ୍ଟାମ୍ପିଂ ବିଷୟରେ ପ୍ରିଜାଇଡିଂ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ପୂର୍ବରୁ ଜଣାଇଥିବା ସୂଚନା ମିଳିଛି । ତେବେ ପରେ ଉକ୍ତ ପୋଲିଂ ଷ୍ଟେସନକୁ ନୂଆ ବାଲାଟ ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭଦ୍ରକ ବିଡ଼ିଓ ଓ ପୁଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ନୂଆ ବଲେଟ୍ କାଗଜ ଦିଆ ଯିବା ସହ ପ୍ରିଯଦିଂ ଅଧିକାରୀଙ୍କୁ ସେଠାରୁ ବଦଳି କରାଯାଇ ନୂଆ ପ୍ରିଜଡିଂ ଅଫିସରଙ୍କୁ ନିଯୁକ୍ତି ଦିଆ ଯାଇଛି।