ଜିମରେ ବ୍ୟାୟାମ କରୁଥିବା ବେଳେ ମହିଳା ହେଲେ ଦୁର୍ଘଟଣାର ଶିକାର, ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଫିଟ ରହିବାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା ରହିଥାଏ। ସେଥିପାଇଁ ଲୋକମାନେ ଜିମରେ ଘଣ୍ଟା ଘଣ୍ଟା ଧରି କସରତ କରିଥାଆନ୍ତି। ଶୀଘ୍ର ନିଜକୁ ଫିଟ କରିବା ସହିତ ଓଜନ ହ୍ରାସ କରିବାକୁ ଯାଇ ସମୟସମମୟରେ ଲୋକମାନେ ଏଭଳି କିଛି କରି ଯାଇଥାଆନ୍ତି ଯଦ୍ବାରା ତାଙ୍କ ଜୀବନ ବାଜି ଲାଗି ଯାଇଥାଏ। ନିକଟର ଜଣେ ମହିଳା ଜିମରେ ୱାର୍କଆଉଟ କରିବା ସମୟରେ ଏମିତି ଘଟଣା ଘଟିଥିଲା ଯଦ୍ବାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ମେକ୍ସିକୋରୁ ସାମ୍ନାକୁ ଆସିଥିବା କୁହାଯାଉଛି। ଏଠାରେ ଜଣେ ମହିଳା ଜିମରେ ବ୍ୟାୟାମ କରୁଥିବା ସମୟରେ ୧୮୦କିଲୋଗ୍ରାମ ଭାର ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ଭାର ଉଠାଇବା ସମୟରେ ତାଙ୍କ ହାତରୁ ତାହା ଖସି ପଡ଼ିଥିଲା। ଫଳରେ ସେଥିରେ ଲାଗିଥିବା ରଡ ତାଙ୍କ ବେକରେ ଚାପି ହୋଇଯାଇଥିଲା। ଆଉ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ମହିଳା ଜଣକ ତାଙ୍କ ଝିଅ ସହିତ ଫିଟନେସ୍ ସେଣ୍ଟରରେ ପହଞ୍ଚିଥିଲେ। ମୃତ ମହିଳାଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଗତ ଫେବ୍ରୁଆରି ୨୧ରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରେ କୈଦ ହୋଇଥିଲା। ଏହାପ‌ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |  ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

ସମ୍ବନ୍ଧିତ ଖବର