ୟୁକ୍ରେନରେ ଫସିଛନ୍ତି ମାଲକାନଗିରି ଯୁବକ, ବଙ୍କରରେ ଆଶ୍ରୟ ନେଇଛନ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଅଂଶୁମାନ ପ୍ରଧାନ ୟୁକ୍ରେନରେ ଫସି ରହିଥିବା ଜଣାପଡିଛି।ସେ ଡାକ୍ତରି ପଢିବାକୁ ଯାଇଥିବା ବେଳେ ଏବେ ତାଂକର ପଞ୍ଚମ ବର୍ଷ ବୋଲି ଜଣାପଡିଛି । ତେବେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏବେ ସେଠାରେ ରହୁଥିବା ଭାରତୀୟଙ୍କ ଅବସ୍ଥା ସଂକାଟପନ୍ନ ହୋଇଯାଇଛି।ସେମାନେ କିପରି ସେଠାରୁ ମୁକୁଳିବେ ସନେଇ ଚିନ୍ତାରେ ପଡିଛନ୍ତି । ଏପଟେ ଅଂଶୁମାନଙ୍କ ବାପା ମଧ୍ୟ ଭୟ ଓ ଆତଙ୍କରେ ରହିଥିବା ପ୍ରକାଶ କରିଛନ୍ତି । ଗତ ଦୁଇ ଦିନ ତଳେ ପୁଅ ଅଂଶୁମାନ ସହ ସେ କଥା ହୋଇଥିଲେ। ତେବେ ସେ ବର୍ତ୍ତମାନ ଭଲରେ ଥିବା ଜଣାପଡ଼ିଛି ।

ମେଡିକାଲ କଲେଜ ଛୁଟି ଦେଉନାହାନ୍ତି କିମ୍ବା ଅନଲାଇରେ ପାଠ ପଢିବାକୁ କହୁନାହାନ୍ତି।ଯଦି ଋଷ ଆକ୍ରମଣ କରେ ତେବେ ସେମାନେ ଦେଶ ଛାଡିବେ ବୋଲି ପୁଅ ପୂର୍ବରୁ କହୁଥିବା ବାପା ସୁରେନ୍ଦ୍ର ପ୍ରକାଶ କରିଛନ୍ତି ।

ତେବେ ଗତକାଲି ଠାରୁ ତାଂକର ଫୋନ ଆଉ ଲାଗୁନଥିବାରୁ ପରିବାରର ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି।ତେବେ ପୁଅ କ୍ୟୁଭର ମେଟ୍ରୋ ଷ୍ଟେସନ ନିକଟରେ ରହିଥିବା ଏକ ବଙ୍କର ମଧ୍ୟରେ ଲୁଚି ରହିଥିବା ଜଣାପଡିଛି । ତେବେ ଭାରତର ରାଷ୍ଟ୍ରଦୂତଙ୍କ ସହ ପରିବାର ଲୋକେ କଥାବାର୍ତ୍ତା ହୋଇଥିବା କହିଥିଲେ । ହେଙ୍ଗରୀ ଓ ପୋଲାଣ୍ଡ ରାସ୍ତା ଦେଇ ଭାରତ ଅଣାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା କୁହାଯାଇଛି । ତେବେ ପୁଅର ଖୋଜଖୋବର ନଥିବାରୁ ସେମାନେ ବ୍ୟତିବ୍ୟସ୍ତ ହୋଇପଡୁଥିବା କହିଥିଲେ।ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଂଚଳରୁ ବାହାରି ୟୁକ୍ରେନରେ ପାଠ ପଢିବା ଏକ ଚ୍ୟାଲେଞ୍ଜ ଥିବା ବେଳେ ଏଭଳି ଘଟଣା ଘଟିବା ପରେ କୌଣସି ବାପା ମାଆ ତାଂକ ପୁଅ ଝିଅକୁ ବାହାରକୁ ପାଠ ପଢିବା ପାଇଁଛାଡିବେ ନାହିଁ ବୋଲି ଆଲୋଚନା ଜୋର ଧରିଛି ।

ସମ୍ବନ୍ଧିତ ଖବର