୧୮ ବର୍ଷ ହେଲା ମନୁଷ୍ୟ ମାଂସ ଖାଉଛନ୍ତି ଏହି ଦମ୍ପତି !

କ୍ରେମଲିନ୍‌ : ଋଷର କ୍ରାନ୍ସନୋଦର ସିଟିରେ ଜଣେ ଦମ୍ପତି ୧୮ ବର୍ଷ ହେଲାଣି ପ୍ରାୟ ୩୦ ଜଣ ମନୁଷ୍ୟଙ୍କର ମାଂସ ଖାଇସାରିଲେଣ । ସାଧାରଣତଃ ଏପରି କାର୍ଯ୍ୟ ଲୋକ ମାନସିକ ସ୍ତରରେ ବିକୃତ ଅଥବା ବିଷାଦଗ୍ରସ୍ତ ଥିଲେ କରନ୍ତି। ତେବେ ଋୁଷରେ ଏହି ଘଟଣା ମନୁଷ୍ୟର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଋୁଷର ଦମ୍ପତି ତାଙ୍କ ଅପରାଧ ଖୋଦ ସ୍ୱୀକାର କରିଛନ୍ତି ।

World News

ଘଟଣା ଅନୁଯାୟୀ , ଋୁଷର ୩୫ ବର୍ଷିୟ ଦିମିତ୍ରି ବାକେସେଭ୍‌ ଏବଂ ତାଙ୍କ ପତ୍ନୀ ୪୨ ବର୍ଷିୟ ନତାଲିଆ, ଯିଏକି ଜଣେ ନର୍ସ, ଦୁହେଁ ମିଶି ନର ମାଂସ ଖାଇଥାନ୍ତି । ଦୁହେଁ ମନୁଷ୍ୟ ମାଂସ ଖାଇବା ସହ ତାକୁ ଆଚାର କରି ତାଙ୍କ ଫ୍ରିଜରେ ରଖିଥାନ୍ତି । ନର ମାଂସ ଖାଉଥିବା ସମୟରେ ସେଲଫି ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରୁଥିଲେ ଦମ୍ପତି । ପୁଲିସ ତଥ୍ୟ ଅନୁଯାୟୀ ପ୍ରାୟ ୧୮ ବର୍ଷ ହେଲା ଦୁହେଁ ନର ମାଂସ ଖାଉଛନ୍ତି ।

Daily Star

ପୁଲିସ ଘଟଣାର ତଦନ୍ତ କରିବାକୁ ଯାଇ ବାକେସେଭ୍‌ଙ୍କ ଘରର ତଲାସି ନେଇଥିଲା । ଏହି ସମୟରେ ତାଙ୍କୁ ଫ୍ରିଜେରେ ୮ଟି ଶରୀରର ଖଣ୍ଡ ବିଖଣ୍ଡ ଅଙ୍ଗ ମିଳିଥିଲା । ଯାଞ୍ଚ୍‌ ସମୟରେ ଜଣାପଡ଼ିଲା କି ଦୁହେଁ ନରଭକ୍ଷୀ ହେବା ପାଇଁ ଭିଡ଼ିଓ ମଧ୍ୟ ଦେଖୁଥିଲେ । ତେବେ ଦୁହିଁଙ୍କର ମାନସିକ ସ୍ଥିତି ଠିକ ଅଛି କି ନାହିଁ ଏହାର ପରୀକ୍ଷା କରାଯାଇଥିଲା। ଏଥିରେ ଦମ୍ପତିଙ୍କର ମାନସିକ ସ୍ଥିତି ସଠିକ ଅଛି ଏବଂ ଦୁହେଁ କିଛି ନିର୍ଣ୍ଣୟ ନେବା ପାଇଁ ସକ୍ଷମ ବୋଲି ଜଣାପଡ଼ିଥିଲା। ତେବେ ପୁଲିସକୁ ଘଟଣା ସମ୍ବନ୍ଧରେ ସହରର ଏକ ସ୍ଥାନରୁ ମିଳିଥିବା ମୋବାଇଲ ଫୋନରୁ ଜଣାପଡ଼ିଥିଲା । ଏହି ଫୋନରେ ଦମ୍ପତିଙ୍କର ମନୁଷ୍ୟ ଅଙ୍ଗ ସହ ବିଭିନ୍ନ ଭଙ୍ଗିର ଫଟୋ ରହିଥିଲା । ଘଟଣାର ତଦନ୍ତ ସମୟରେ ଦମ୍ପତିଙ୍କୁ ପଚରାଯିବାରୁ ଦୁହେଁ ନିଜର ଅପରାଧ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର