ରୋମାନିଆସ୍ଥିତ ରୁଷ୍ ଦୂତାବାସରେ କାର୍‌କୁ ଧକ୍କା ଦେଇ ଚାଳକ ମୃତ

ବୁକାରେଷ୍ଟ: ରୋମାନିଆର ରାଜଧାନୀ ବୁକାରେଷ୍ଟରେ ଥିବା ରୁଷୀୟ ଦୂତାବାସ ଫାଟକରେ ବୁଧବାର ନିଜ କାର୍‌କୁ ଧକ୍କା ଦେଇ ଏହାର ଚାଳକ ମୃତ୍ୟୁବରଣ କରିଛନ୍ତି। କାର୍‌ଟି ଦୂତାବାସ ଗେଟ୍‌ରେ ପିଟିହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଲୋକଟି ଜାଣିଶୁଣି କାର୍‌କୁ ଗେଟ୍‌ରେ ପିଟିଥିଲା ନା ଏହା ଏକ ଦୁର୍ଘଟଣା ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। କିଛି ସପ୍ତାହ ହେଲା ୟୁକ୍ରେନ୍ ଯୁଦ୍ଧକୁ ନେଇ ୟୁରୋପରେ ଅନେକ ରୁଷୀୟ ଦୂତାବାସକୁ ପ୍ରତିବାଦକାରୀମାନେ ଟାର୍ଗେଟ କରିବା ଦେଖାଯାଉଛି। ପୁଲିସ କାର୍ ଚାଳକର ପରିଚୟ ଗୋପନ ରଖି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର