ପ୍ୟୋଙ୍ଗଚାଙ୍ଗ: ମାତ୍ରାଧିକ ପବନ ବୋହିବାରୁ ଶୀତକାଳୀନ ଅଲମ୍ପିକର ମୁଖ୍ୟ ଆୟୋଜନସ୍ଥଳ ଗେଙ୍ଗନିୟୋଗ ଅଲମ୍ପିକ ପାର୍କରେ ସବୁ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି। ଏଥି ଯୋଗୁଁ ୩ଜଣ ଦର୍ଶକ ସମେତ ୧୬ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପବନ ଜୋରରେ ବୋହିବାରୁ ହୋର୍ଡିଙ୍ଗ, ଟେଣ୍ଟ ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପବନ ବୋହିବା ଯୋଗୁଁ ବୁଧବାର ଆଇସ୍ ଖେଳର ୪ଟି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ରାଧିକ ପବନ ବୋହିବା ଯୋଗୁଁ ଟେଣ୍ଟ ଓ ଅନ୍ୟ ବଡ଼ ଜିନିଷକୁ କ୍ଷତି ପହଞ୍ଚାଇଥିଲା। ଏହାରି ସଂସ୍ପର୍ଶରେ ଆସି ଲୋକମାନେ ଆହତ ହୋଇଛନ୍ତି। ଆୟୋଜନ ସମିତିର ମୁଖପାତ୍ର କହିଛନ୍ତି, ପ୍ରାୟ ୬୦ଟି ଟେଣ୍ଟର ୧୨୦ ଖଣ୍ଡ ଜିନିଷ ଗୋଙ୍ଗନେୟୁଙ୍ଗ ପାର୍କରୁ ମିଳିଛି। ଏଥି ଘଟଣାରେ ୧୩ ଜଣ ଷ୍ଟାଫ୍ ଓ ୩ଜଣ ଆହତ ହୋଇଛନ୍ତି।
ପବନ ଯୋଗୁଁ ଅନ୍ୟ ଅଲମ୍ପିକ ସ୍ଥଳ ମଧ୍ୟ ପ୍ରଭାବିତ ହୋଇଛି। ଏହି କାରଣରୁ ଅନେକ ସ୍ଥାନରେ ଖେଳ ଆୟୋଜନ କରିବାରେ ବିଳମ୍ବ ଦେଖାଯାଇଛି। କିଛି ଖେଳକୁ ଅସ୍ଥାୟୀ ରୂପେ ବାତିଲ କରି ଦିଆଯାଇ, ଅନ୍ୟ ଦିନରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଫେବ୍ରୁଆରି ୯ରୁ ଆରମ୍ଭ ହୋଇଥିବା ୨୩ତମ ଶୀତକାଳୀନ ଅଲମ୍ପିକ ଫେବ୍ରୁଆରି ୨୫ରେ ଶେଷ ହେବ। ଏହା ଇତିହାସରେ ସବୁଠାରୁ ବଡ଼ ଶୀତକାଳୀନ ଅଲମ୍ପିକ।