ଗାଲୁଡିହିର ୧୮ ଗେଟ ଖୋଲିଲା, ଉଛୁଳିଲା ସୁବର୍ଣ୍ଣ ରେଖା

ବାଲେଶ୍ବର: ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜର ସମସ୍ତ ୧୮ଟି ଗେଟ ଖୋଲିଛି। ଫଳରେ ସୁବର୍ଣ୍ଣ ରେଖା ଫୁଲ ଉଠିଛି। ଭୋଗରାଇ ଓ ବାଲିଆପାଳରେ ବନ୍ୟାପାଣି ପଶିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି। ବାଲେଶ୍ବର ଜିଲ୍ଲାକୁ ୫ଟି ଓଡ୍ରାଫ ଟିମ ଓ ୪ଟି ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି। ଭୋଗରାଇ ନିକଟରେ ଥିବା ସ୍ଲୁଇସ ଗେଟ ଖରାପ ଥିବା ଯୋଗୁ ପାଣି ଲିକ କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ତଳି ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରାଯାଉଛି। ନୂଆ ବନ୍ଧ ହିଡ ଦୁର୍ବଳ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ୨୦୦୮ରେ ଏଭଳି ବନ୍ୟା ଆସିଥିଲା। ଏବେ ପୁଣି ବଡ ବନ୍ୟା ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯଦି ଆବଶ୍ୟକ ପଡେ ତେବେ ହେଲିକପ୍ଟର ବ୍ୟବହାର କରାଯିବ ବୋଲି କୁହାଯାଉଛି। ଯେଉଁମାନେ ଜଳବନ୍ଦି ହୋଇପଡିଛନ୍ତି ସେମାନଙ୍କୁ ଉଦ୍ଧାର କରାଯାଉଛି। ସ୍ଥାନୀୟ ଲୋକେ ଗୋଟିଏ ପରିବାର ଜଳବନ୍ଦି ଥିବାରୁ ୩ଜଣଙ୍କୁ ଉଦ୍ଧାର କରିଛନ୍ତି। ଗତ ୨୪ ଘଣ୍ଟାରେ ୧୫.୩ ବୃଷ୍ଟିପାତ ରେକର୍ଡ କରାଯାଇଛି। ବର୍ତ୍ତମାନ ବି ବର୍ଷା ଜାରି ରହିଛି। ୩୦୭ ରିଲିଫ କ୍ୟାମ୍ପ ଓ ୧୧ ଡାକ୍ତରୀ ଦଳ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର