ଧନୁଆ ନଦୀରେ ୩୦ ଫୁଟର ଘାଇ

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକର ଧନୁଆ ନଦୀରେ ବିଳମ୍ବି ରାତିରେ ୩୦ ଫୁଟର ଘାଇ ହୋଇଛି। ନୂଆଖୋଲମରା ପଞ୍ଚାୟତ ନନ୍ଦିଗୋରଡା ନିକଟରେ ଏହି ଘାଇ ହୋଇଛି। ଗୋପ ସମେତ ସତ୍ୟବାଦୀର ୩ ପଞ୍ଚାୟତରେ ପାଣି ପଶିଯାଇଛି। ଲୋକେ ବିପଦାପନ୍ନ ହୋଇପଡିଛି।

ଗୋପ ବ୍ଲକର ୩/୪ଟି ଗାଁ ଜଳମଗ୍ନ ହୋଇପଡିଛି। ପୁରୀ ଜିଲ୍ଲା ପ୍ରଶାସନକୁ ସତର୍କ କରି ଦିଆଯାଇଛି। ଜିଲ୍ଲା ପ୍ରଶାସନ ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେଠାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି। ଧନୁଆ ବନ୍ୟାରେ ଅନେକ ଜମି ଜଳମଗ୍ନ ହୋଇପଡିବା ସହ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି। ସ୍ଥାନୀୟ ଲୋକମାନେ ପ୍ରଶାସନକୁ ସହଯୋଗ କରି ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର