ଜଂଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା: ହତ୍ୟାକାରୀ ସ୍ବାମୀ ଓ ସୁପାରୀ କିଲର ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ନିକଟସ୍ଥ ସିଙ୍ଗରାଜଖୁଣ୍ଟା ଜଂଗଲରେ ଜଂଗଲରେ ଜଣେ ବିବାହିତ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଥିବା ନେଇ ପୁଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ପୁଲିସକୁ ମିଳିଛି ସଫଳତା। ଆଇଆଇସି ରିଗାନ କିଣ୍ଡୋଙ୍କ କହିବା ଅନୁଯାୟୀ ମୃତ ରିଙ୍କୁ ମଣ୍ଡଳ ୮ ବର୍ଷ ତଳେ ଏମଭି-୩୫ ଗ୍ରାମର ବିପ୍ଲବ ମଣ୍ଡଳଙ୍କୁ ବାହା ହୋଇଥିଲେ। ତେବେ ବିବାହ ଜୀବନରେ ସବୁବେଳେ ତିକ୍ତତା ଲାଗି ରହିଥିଲା। ଏହାର କାରଣ ଥିଲା ପତ୍ନୀର ପରକ୍ରୀୟା ପ୍ରିତି।

ଏ ସଂପର୍କରେ ବିପ୍ଲବ ଜାଣିବା ପରେ ତାକୁ ବାରମ୍ବାର ବାରଣ କଲା। ତେବେ ଗଣ୍ଡଗୋଳ ବଢ଼ିବା ପରେ ଏନେଇ ୨୦୧୯ରେ ପତ୍ନୀ ରିଙ୍କୁ ମାଲକାନଗିରି ଥାନାରେ ତାଂକୁ ନିର୍ଯାତନା ଦିଆଯାଉଥିବା ନେଇ କେଶ ରୁଜୁ କରିଥିଲେ। ପରେ ବୁଝାମଣା ହୋଇ ପୁଣି ରହିଲେ। କିନ୍ତୁ ଗତ ଏକ ବର୍ଷ ତଳେ ରିଙ୍କୁ ବପ୍ଲବଙ୍କ ଘର ଛାଡି ନିଜ ବାପ ଘରକୁ ଚାଲିଆସିଥିଲା।

ପ୍ରକାଶ ଥାଉକି ଏମାନଙ୍କର ଗୋଟିଏ ୫ ବର୍ଷର ପୁଅ ମଧ୍ୟ ରହିଛି। ତେବେ ବିପ୍ଲବ ପତ୍ନୀ ରିଙ୍କୁ ବାପ ଘରେ ଯାଇ କିପରି ଚଳୁଛି ବୁଝିବା ପରେ ସେ ଜାଣିପାରିଲା ଯେ ଦେହ ବ୍ୟବସାୟ କରି ସେ ଘର ଚଳାଉଛି। ଏଥିରେ ସେ ରାଗି ଯାଇଥିଲା। ଛାଡ଼ପତ୍ର ଦେବା ପାଇଁ ବିପ୍ଲବ ଏକ ଲକ୍ଷ ଟଂକା ଦେବ ବୋଲି କହିଥିଲା। କିନ୍ତୁ ରିଙ୍କୁ ଏଥିରେ ରାଜି ହୋଇନଥିଲା। ପିଲାଙ୍କ ନାମରେ ଜାଗା ପଞ୍ଜୀକରଣ କଲେ ସେ ଛାଡ଼ପତ୍ର ଦେବ ବୋଲି କହିଥିଲା।

ତେବେ ଏଥିରେ ବିପ୍ଲବ ରାଜି ନଥିଲା। ପତ୍ନୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲା। ସେ ରିଙ୍କୁକୁ ହତ୍ୟା ପାଇଁ ଦୁଇ ଜଣ ସୁପାରି କିଲର ଜୟନ୍ତ ମଲ୍ଲିକ(୨୪) ଓ ଦିଲୀପ ସିଲ(୨୬)କୁ ୫୦ ହଜାର ଟଂକା ଦେବା ନେଇ ମୁଲଚାଲ କରିଥିଲା। ଜୟନ୍ତକୁ ବିପ୍ଲବ ନିଜ ପତ୍ନୀଙ୍କ ନମ୍ବର ଦେଇ ଗ୍ରାହକ ହୋଇ ତାକୁ ସିଖପାଲୀ ନିକଟସ୍ଥ ସିଙ୍ଗରାଜଖୋଣ୍ଟା ଜଂଗଲକୁ ନେବାକୁ କହିଥିଲା। ପରେ ଜଂଗଲରେ ତାକୁ ହତ୍ୟା କରିବା ପାଇଁ କହିଥିଲା। ଯୋଜନା ମୁତାବକ ରିଙ୍କୁକୁ ଫୋନ କରି ବାଲିମେଳା ଛକରୁ ତାକୁ ଜୟନ୍ତ ଜଂଗଲକୁ ନେଇଥିଲା। ପରେ ବିପ୍ଲବ ଏବଂ ଦିଲୀପ ଜଂଗଲରେ ପହଞ୍ଚିଥିଲେ। ମିଳିମିଶି ରିଙ୍କୁକୁ ହତ୍ୟା କରିଥିଲେ। ହତ୍ୟା ପୂର୍ବରୁ ବିପ୍ଲବ ୧୦ ହଜାର ଟଂକା ଅଗ୍ରୀମ ଦେଇଥିଲା। ହତ୍ୟା ପରେ ସବୁ ଟଂକା ଦେଇଥିଲା। ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହତ୍ୟା କରିଥିବା ଦା କାତିକୁ ଜବତ କରିବା ସହ ୧୬ ହଜାର ଟଂକା ନଗଦ ଏବଂ ଚାରୋଟି ଫୋନ ଜବତ କରିଛି।ଏହାର ଅଧିକା ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର