ଟୋଲ ପ୍ଲାଜା ଭାଙ୍ଗି ପଳାଇଲା ଟ୍ରେଲର

ଘଟଗାଁ/ପଦ୍ମପୁର: ଏକ ଲୁହା ପାଇପ୍‌ ବୋଝେଇ ଟ୍ରେଲର (ଟିଏନ୍-୨୮-ଏଏଲ-୯୫୩୮)ଦୁଇଟି ‌ଟୋଲ୍‌ପ୍ଲାଜା ଭାଙ୍ଗି ଫେରାର ହୋଇଯାଇଛି। ଗତକାଲି ରାତି ପ୍ରାୟ ୯.୧୫ରେ ଏକ ଲୁହା ପାଇପ୍‌ ବୋଝେଇ ଟ୍ରେଲର କେନ୍ଦୁଝର ଅଭିମୁଖେ ଯାଇଥିଲା। ଟୋଲ୍‌ ଆଦାୟ ପାଇ ଢେଙ୍କକୋଟ ନିକଟସ୍ଥ ଟୋଲ୍‌ପ୍ଲାଜାର ବୁମ୍‌ ବ୍ୟାରିଅରଟି ପଡ଼ି ଯାଇଥିଲା। କିନ୍ତୁ ଟ୍ରେଲରଟି ଅଟକିବା ପରିବର୍ତ୍ତେ ଦ୍ରୁତଗତିରେ ବୁମ୍‌ ବ୍ୟାରିଅର ଭାଙ୍ଗି ଚମ୍ପଟ ମାରିଥିଲା।

ଏନେଇ ଟୋଲ୍‌ପ୍ଲାଜା କର୍ତ୍ତୃପକ୍ଷ ଘଟଗାଁ ଥାନାରେ ଜଣାଇଛନ୍ତି। ସେହିପରି ଟ୍ରେଲରଟି କେନ୍ଦୁଝର ବନାଯୋଡ଼ି ନିକଟ ଟୋଲ୍‌ପ୍ଲାଜାରେ ମଧ୍ୟ ସମାନ ଘଟଣା ଘଟାଇଥିଲା। ଏଠାରେ ମଧ୍ୟ ବୁମ୍‌ ବ୍ୟାରିଅର ଏବଂ କର୍ମଚାରୀ ବସୁଥିବା କ୍ୟାବିନକୁ ଭାଙ୍ଗି ଦ୍ରୁତଗତିରେ ପଳାଇଥିଲା। ଏ ସମ୍ପର୍କରେ ଟୋଲ୍‌ପ୍ଲାଜା କର୍ତ୍ତୃପକ୍ଷ ତୁରନ୍ତ ପଳାଶପଙ୍ଗା ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ଟ୍ରେଲରଟିକୁ ଧରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି।

ସମ୍ବନ୍ଧିତ ଖବର