ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବୁର୍ଲା ଭିମସାର୍। ଏହା ଉପରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ। କିନ୍ତୁ, ବିଡ଼ମ୍ବନାର କଥା ଭିମସାରରେ ଥାଲାସେମିଆ ଓ ସିକିଲ ସେଲ୍ ରୋଗୀଙ୍କ ପାଇଁ ଆବଶ୍ୟକ ବିଟି ସେଟ୍ ଏଠାରେ ମିଳୁନାହିଁ। ଥାଲାସେମିଆରେ ଆକ୍ରାନ୍ତ ବରଗଡ଼ ଜିଲ୍ଲାର ସିପୁନ ବାରିକ (୧୫) ଓ ପପୁନ ବାରିକ (୧୭) ଆଜି ବୁର୍ଲା ଡାକ୍ତରଖାନାକୁ ଆସିଥିଲେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କୁ ପ୍ରତି ମାସ ରକ୍ତ ଦରକାର ହୋଇଥାଏ। ମାତ୍ର ଆଜି ବିଟି ସେଟ୍ ନଥିବା ଜାଣିବା ପରେ ସେମାନେ ହତାଶ ହୋଇ ସ୍ବେଚ୍ଛାସେବୀ ରାମଦାସ ପଣ୍ଡାଙ୍କୁ ସୂଚନା ଦେଇଥିଲେ। ଶ୍ରୀ ପଣ୍ଡା ଭିମସାର୍ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ ପରେ ସେମାନଙ୍କୁ ବିଟି ସେଟ୍ ଉପଲବ୍ଧ କରାଯାଇଥିଲା। ଏ ସଂପର୍କରେ ଭିମ୍ସାର୍ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ପଚାରିବାରୁ ସେ କହିଲେ, ଆଗରୁ କିଛିଦିନ ପାଇଁ ଏହି ଅସୁବିଧା ଥିଲା। କିନ୍ତୁ, ଏବେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଏହା ରହିଛି। ତଥାପି, ଆଗକୁ ଯେମିତି ଏଭଳି ଅସୁବିଧା ଯେମିତି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।