ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଭିତରେ କଂଗ୍ରେସ ଶୁକ୍ରବାର ଦିନ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ପାଇଁ ନିର୍ବାଚନ ଘୋଷଣା କରିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାନନ କର୍ତ୍ତୃପକ୍ଷ ମଧୁସୁଦନ ମିସ୍ତ୍ରୀ କହିଛନ୍ତି, ସିଡବ୍ଲ୍ୟୁସିର ୨୩ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣ ନିର୍ବାଚିତ ସଦସ୍ୟ ଥିବା ବେଳେ ଅନ୍ୟ ୧୧ ଜଣ ମନୋନୀତ। ଯଦି ନିର୍ବାଚିତ ଆସନ ପାଇଁ ୧୨ରୁ ଅଧିକ ପ୍ରତିଦ୍ବନ୍ଦ୍ବୀ ରହିବେ ତେବେ ନିର୍ବାଚନ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଶେଷ ଥର ପାଇଁ ୧୯୯୭ରେ ସିଡବ୍ଲ୍ୟୁସି ପାଇଁ ନିର୍ବାଚନ ହୋଇଥିଲା। ଏଆଇସିସିର କାଲକାଟା ପ୍ଲେନାରି ସେସନ୍ରେ ନିର୍ବାଚନ ହୋଇଥିଲା। ସେବେଠାରୁ ପ୍ଲେନାରି ସେସନ୍ ସିଡବ୍ଲ୍ୟୁସି ପୁନର୍ଗଠନ କରିବାପାଇଁ ଦଳର ସଭାପତିଙ୍କୁ କ୍ଷମତାପନ୍ନ କରାଯାଇଛି। ମିସ୍ତ୍ରୀ କହିଛନ୍ତି, ପିସିସି ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାପାଇଁ ପ୍ରଦେଶ ରିଟର୍ଣ୍ଣିଂ ଅଫିସରମାନେ ରାଜ୍ୟଗୁଡ଼ିକରେ ବୈଠକ କରିବେ। ମିସ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଏଆଇସିସି ସଭାପତିଙ୍କ ନିର୍ବାଚନ ସମୟ ଅନୁଯାୟୀ ହେବ। ସେପ୍ଟେମ୍ବର ୨୪-୩୦ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ହେବ।