ଲୋକ ଅଦାଲତରେ ବିନ୍ଦୁସାଗର ମାମଲା: ସ୍ଥିତି ପରଖିଲେ ଅଧିକାରୀ
ପୁରୁଣା ଭୁବନେଶ୍ୱର: ସ୍ୱଚ୍ଛତା ନେଇ ସ୍ଥାୟୀ ଲୋକ ଅଦାଲତରେ ୫ବର୍ଷ ହେଲା ଚାଲିଥିବା ମାମଲାରେ ପକ୍ଷ ରଖିବାକୁ ଆଜି ବିଭିନ୍ନ ଅଧିକାରୀମାନେ ବିନ୍ଦୁସାଗରର ସ୍ଥିତି ପରଖିଛନ୍ତି। ବିନ୍ଦୁସାଗରରୁ ଜଳ ନିଷ୍କାସନ ପାଇଁ ପୁରୁଣା ବାଟ ପୁଷ୍କରିଣୀ କଡ଼ ହନୁମାନ ମନ୍ଦିର ନିକଟରେ ବ୍ଲକ୍ ହେଉଥିବା ଜଣାପଡ଼ିଛି। ସେହିପରି କୋଟି ତୀର୍ଥେଶ୍ବର ଗଳି ଆଡ଼କୁ ଯାଇଥିବା ପାଣି ଯିବା ବାଟରେ ଅଳିଆ ଲାଗିଥିବା ଦେଖିଥିଲେ। ଏହି ଦୁଇ ବାଟକୁ ସଫା କରିବା ସହ ଲୋକ ଅଦାଲତରେ ପକ୍ଷ ରଖି ଉତ୍ତର ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଏମ୍ସି, ଦେବୋତ୍ତର ବିଭାଗ ଓ ଭୁବନେଶ୍ବର ସହରାଞ୍ଚଳ ସ୍ବାସ୍ଥ୍ୟ କାର୍ଯ୍ୟାଳୟର ଅଧିକାରୀଙ୍କ ପ୍ରତିନିଧିମାନେ ଲୋକ ଅଦାଲତରେ ଆସନ୍ତା ୨୩ ତାରିଖ ପୂର୍ବରୁ ପକ୍ଷ ରଖିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଏନେଇ ୨୦୧୭ ଅକ୍ଟୋବର ୯ରେ ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡା ଲୋକ ଅଦାଲତରେ ଏକ ଜନସ୍ବାର୍ଥ ମାମଲା କରିଥିଲେ। ଦେବୋତ୍ତର ଆୟୁକ୍ତ, ବିଏମ୍ସି ଆୟୁକ୍ତ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ତହସିଲଦାର, ପୁରୁଣା ଭୁବନେଶ୍ବର ରାଜସ୍ୱ ନିରୀକ୍ଷକ ଓ ଭୁବନେଶ୍ବର ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଠଜଣଙ୍କ ନାମରେ ମାମଲା ଦାଏର ହୋଇଥିଲା।