ଚନ୍ଦ୍ରାବତରଣ ବେଳେ ଗୋଟିଏ ପାଖକୁ ଅଣେଇ ହୋଇ ପଡ଼ିଛି ଆମେରିକୀୟ ମହାକାଶଯାନ ଓଡିସିୟସ୍‌

ୱାସିଂଟନ୍‌: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ଆମେରିକୀୟ ମହାକାଶଯାନ ଓଡିସିୟସ୍‌ ସମ୍ଭବତଃ ଗୋଟିଏ ପଟକୁ ଅଣେଇ ହୋଇ ପଡ଼ିଯାଇଛି ବୋଲି ଶୁକ୍ରବାର ଦିନ ଏହାକୁ ନିର୍ମାଣ କରିଥିବା କମ୍ପାନି କହିଛି। ଭାରତୀୟ ସମୟ ଗୁରୁବାର ସନ୍ଧ୍ୟା ୬.୨୩ରେ ମହାକାଶଯାନ ଓଡିସିୟସ୍‌ ଚନ୍ଦ୍ରର ଦକ୍ଷିଣ…

ପାକିସ୍ତାନ ସୀମା ମଧ୍ୟରେ ଜୈଶ୍‌ ଅଲ୍‌-ଅଦଲ୍‌ ଆତଙ୍କବାଦୀଙ୍କୁ ହତ୍ୟା କଲେ ଇରାନ୍‌ ସୈନିକ

ନୂଆଦିଲ୍ଲୀ: ପାକିସ୍ତାନ ସୀମା ମଧ୍ୟରେ ଇରାନ୍‌ ସେନାବହିନୀ ଜୈଶ୍‌ ଅଲ୍‌-ଅଦଲ୍‌ ଆତଙ୍କବାଦୀ ସଙ୍ଗଠନର କମାଣ୍ଡର୍‌ ଇସ୍‌ମାଇଲ୍‌ ଶାହାବକ୍ସ୍‌ ଓ ତାଙ୍କର କେତେକ ସହଯୋଗୀଙ୍କୁ ହତ୍ୟା କରିଥିବା କଥା ଇରାନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମସୂତ୍ରରୁ ସୂଚନା ସଂଗ୍ରହ କରି ‘ଇରାନ୍‌…

ବାହା ହେବା ଲାଗି ଟିଭି ଆଙ୍କର୍‌ଙ୍କୁ ଅପହରଣ କରିଥିବା ମହିଳା ଗିରଫ

ହାଇଦ୍ରାବାଦ: ବାହା ହେବା ଉଦ୍ଦେଶ୍ୟରେ ଟିଭି ଆଙ୍କର୍‌ଙ୍କୁ ଅପହରଣ କରିଥିବା ଜଣେ ମହିଳା ବ୍ୟବସାୟୀଙ୍କୁ ହାଇଦ୍ରାବାଦରେ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ପୁଲିସ କହିଛି, ଟିଭି ଆଙ୍କର୍‌ଙ୍କୁ ଅନୁସରଣ କରିବା ଓ ତାଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା ଲାଗି ସେ ମହିଳା…

ଶରଣାର୍ଥୀ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇ ଜେଲ୍‌ ଗଲେ ହିରୋ ଭାବେ ପ୍ରଶଂସିତ ଦକ୍ଷିଣ କୋରିଆର ପାଦ୍ରୀ

ସିଓଲ୍‌: ଉତ୍ତର କୋରିଆ ଛାଡୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଖସି ପଳାଇଯିବାରେ ଉଦ୍ୟମ କରି ଏକଦା ହିରୋ ଭାବେ ପ୍ରଶଂସିତ ଦକ୍ଷିଣ କୋରିଆର ଜଣେ ପାଦ୍ରୀ ନାବାଳିକାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଜେଲ୍‌ଦଣ୍ଡ ପାଇଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ…

୯୫ ବର୍ଷ ବୟସରେ ପ୍ରଖ୍ୟାତ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଖ୍ୟାତ ଆଇନଜ୍ଞ ତଥା ସୁପ୍ରିମ୍‌ କୋର୍ଟର ବୟୋଜ୍ୟଷ୍ଠ ବରିଷ୍ଠ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୯ ମସିହା ଜାନୁଆରି ୧୦ ତାରିଖରେ ମିଆଁମାର୍‌ରେ ଏକ ପାର୍ସି ପରିବାରରେ ଜନ୍ମ…

ଅଟୋରିକ୍ସାକୁ ଧକ୍କା ଦେଲା ଅଜଣା ଗାଡି; ୯ ମୃତ, ୬ ଆହତ

ପାଟନା: ଆଜି ବିହାର ରାଜ୍ୟର ଲଖିସରାଇ ଅନ୍ତର୍ଗତ ରାମଗଡ଼ ଚୌକ୍‌ ଥାନା ଅଞ୍ଚଳର ଜୁଲୋନା ଗାଁ ନିକଟ ଦେଇ ଯାଇଥିବା ୩୦ ନମ୍ବର ଜାତୀୟ ରାଜପଥରେ ଏକ ଅଟୋରିକ୍ସାକୁ ଗୋଟାଏ ଟ୍ରକ୍‌ ଧକ୍କା ଦେବାରୁ ଅନ୍ୟୂନ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ଆହତ ହୋଇଥିବା କଥା ପୁଲିସ କହିଛି।…

ଭାଲେଣ୍ଟାଇନ୍‌ସ୍‌ ଡେ’ରେ ସାଇକେଲ୍‌ ଚଢ଼ି ଘରକୁ ଫେରୁଥିବା ରେସ୍ତୋରାଁ ମ୍ୟାନେଜର୍‌ଙ୍କୁ ହତ୍ୟା; ୮ ଗିରଫ

ଲଣ୍ଡନ: ଭାଲେଣ୍ଟାଇନ୍‌ସ୍‌ ଡେ’ରେ କାର୍ଯ୍ୟକ୍ଷେତ୍ରରୁ ସାଇକେଲ୍‌ ଚଢ଼ି ଘରୁକୁ ଫେରୁଥିବା ଜଣେ ଭାରତୀୟ ରେସ୍ତୋରାଁ ମ୍ୟାନେଜର୍‌ଙ୍କୁ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ଥିବା ୮ଜଣଙ୍କୁ ବ୍ରିଟିସ୍‌ ପୁଲିସ ଗିରଫ କରିଛି। ନିହତ ଭାରତୀୟ ନାଗରିକ ୩୬ ବର୍ଷିୟ ବିଘ୍ନେଶ ପଟ୍ଟଭିରମଣ ଥିଲେ…

ଲାହୋର ବିବାହ ଉତ୍ସବରେ ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ ଅମୀର ବଲାଜ ଗୁଳିଚୋଟରେ ନିହତ

ଲାହୋର: ଲାହୋର୍‌ ଅଣ୍ଡର୍‌ୱାର୍ଲଡ୍‌ ଦୁନିଆରେ ସୁପରିଚିତ ନାଁ ତଥା ଏକ ମାଲ୍‌ ପରିବହନ ନେଟ୍‌ୱାର୍କର ମାଲିକ ଅମୀର୍‌ ବଲାଜ ଟିପୁଙ୍କୁ ରବିବାର ଦିନ ଗୁଳି ମାରି ହତ୍ୟା କରାଯାଇଥିବା କଥା ସମ୍ବାଦପତ୍ର ‘ଡନ୍‌’ କହିଛି। ଘରୋଇ ଟିଭି ଚାନେଲ୍‌ ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ଡନ୍‌…

ରେକର୍ଡ ସମୟ ମଧ୍ୟରେ ବିକ୍ରି ହୋଇଗଲା ଅଯୋଧ୍ୟା ରାମ ମନ୍ଦିର ସ୍ମାରକୀ ଡାକଟିକେଟ

ହାଇଦ୍ରାବାଦ: ଅଯୋଧ୍ୟାର ରାମ ମନ୍ଦିର ଚିତ୍ର ଥିବା ସ୍ମାରକୀ ଡାକଟିକେଟ ସେଟ୍‌ ଏବଂ ପ୍ରଭୁ ରାମଙ୍କୁ ଉତ୍ସର୍ଗ କରାଯାଇଥିବା ଡାକଟିକେଟରେ ସଜ୍ଜିତ ଏକ ବହିର ଚାହିଦା ହାଇଦ୍ରାବାଦ ସହରରେ ଏତେ ବଢ଼ିଗଲା ଯେ, ରେକର୍ଡ ସମୟ ମଧ୍ୟରେ ସେ ସବୁ ବିକ୍ରି ହୋଇଗଲା ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’…

ପାପୁଆ ନିୟୁ ଗିନିର ପାହାଡ଼ୀ ପ୍ରଦେଶ ଏନ୍‌ଗାରେ ଜନଜାତି ସଂଘର୍ଷ; ଗୁଳିଚୋଟରେ ଅନ୍ୟୂନ ୬୦ ମୃତ

ସିଡ୍‌ନି: ପାପୁଆ ନିୟୁ ଗିନିର ସୁଦୂର ପାହାଡ଼ୀ ପ୍ରଦେଶ ଏନ୍‌ଗାରେ ଅତର୍କିତ ଆକ୍ରମଣ ସମୟରେ ଗୁଳି ମାଡ଼ରେ ଅନ୍ୟୂନ ୬୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ‘ବିବିସି’ ରିପୋର୍ଟ କରିଛି। ଗତ ସପ୍ତାହାନ୍ତ ଏନ୍‌ଗା ପ୍ରଦେଶରେ ଘଟିଥିବା ଜନଜାତି ସଂଘର୍ଷ ସମୟରେ ଗୁଳିକାଣ୍ଡ ଘଟିବା ଯୋଗୁଁ ଏତେ…