ପାପୁଆ ନିୟୁ ଗିନିର ପାହାଡ଼ୀ ପ୍ରଦେଶ ଏନ୍‌ଗାରେ ଜନଜାତି ସଂଘର୍ଷ; ଗୁଳିଚୋଟରେ ଅନ୍ୟୂନ ୬୦ ମୃତ

ସିଡ୍‌ନି: ପାପୁଆ ନିୟୁ ଗିନିର ସୁଦୂର ପାହାଡ଼ୀ ପ୍ରଦେଶ ଏନ୍‌ଗାରେ ଅତର୍କିତ ଆକ୍ରମଣ ସମୟରେ ଗୁଳି ମାଡ଼ରେ ଅନ୍ୟୂନ ୬୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ‘ବିବିସି’ ରିପୋର୍ଟ କରିଛି।

ଗତ ସପ୍ତାହାନ୍ତ ଏନ୍‌ଗା ପ୍ରଦେଶରେ ଘଟିଥିବା ଜନଜାତି ସଂଘର୍ଷ ସମୟରେ ଗୁଳିକାଣ୍ଡ ଘଟିବା ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଜାତୀୟସ୍ତରୀ ପୁଲିସ ମୁଖପାତ୍ର ‘ବିବିସି’କୁ କହିଛନ୍ତି। କିନ୍ତୁ, ଠିକ୍‌ କେଉଁ ଦିନ ବା କେତେବେଳେ ସଂଘର୍ଷ ଘଟିଥିଲା, ସେ ବିଷୟରେ କ‌ୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ପାହାଡ଼ୀ ଅଞ୍ଚଳରେ ଦୀର୍ଘ ଦିନରୁ ସଂଘର୍ଷ ଚାଲି ଆସୁଥିଲେ ବି ଗତ କିଛି ବର୍ଷ ହେବ ଏକକାଳୀନ ଏତେ ସଂଖ୍ୟକ ଲୋକ ନିହତ ହୋଇ ନ ଥିଲେ।

Image Courtesy of SBS News

A group of soldiers with large rifles patrol as local people mill about.

ରୟାଲ୍‌ ପାପୁଆ ନିୟୁ ଗିନି କନ୍‌ଷ୍ଟାବୁଲାରି ଆକ୍‌ଟିଙ୍ଗ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଜର୍ଜ କାକାସ୍‌ କହିଛନ୍ତି, ଏନ୍‌ଗା ତଥା ସମଗ୍ର ପାହାଡ଼ୀ ଇଲାକାରେ ମୁଁ ଏଯାବତ୍‌ ଦେଖିଥିବା ନରସଂହାର ମଧ୍ୟରୁ ଏହା ସବୁଠୁ ଅଧିକ।

ଏନ୍‌ଗାକୁ ବହୁ ପରିମାଣର ବେଆଇନ ଆଗ୍ନେୟାସ୍ତ୍ର ଆସୁଥିବାରୁ ସଂଘର୍ଷ ଅତି ଭୟାନକ ହେଉଛି।

ରାଜଧାନୀ ପ‌ୋର୍ଟ ମୋର୍ସବାଏର ଉତ୍ତରପଶ୍ଚିମକୁ ପ୍ରାୟ ୬୦୦ କିଲୋମିଟର ଦୂର ୱାବାଗ୍‌ ସହର ନିକଟରେ ଘଟିଥିବା ସଂଘର୍ଷସ୍ଥଳରୁ ପୁଲିସ ଶବ ଉଦ୍ଧାର କରି ଟ୍ରକ୍‌ରେ ବୋଝେଇ କରୁଛି ବୋଲି ମଧ୍ୟ ‘ବିବିସି’ ରିପ‌ୋର୍ଟ କରିଛି।

ମୁଖ୍ୟତଃ ଧନ ଓ ଜମିବାଡ଼ି କାରଣରୁ ଏଭଳି ସଂଘର୍ଷ ଘଟୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧିତ ଖବର