ଆକାଶରେ ଉଡିବାକୁ ପ୍ରସ୍ତୁତ ହେଉଛି ଆକାଶ ଏୟାର: ବୋଇଙ୍ଗକୁ ଦିଆଗଲା ୭୨ଟି ବିମାନର ଅର୍ଡର

ନୂଆଦିଲ୍ଲୀ: ଭାରତୀୟ ସ୍ୱଳ୍ପ ମୂଲ୍ୟର ଏୟାରଲାଇନ୍ସ ଆକାଶ ଏୟାର ୭୨ଟି ବୋଇଙ୍ଗ ୭୩୭ ମ୍ୟାକ୍ସ ଜେଟ ପାଇଁ ଅର୍ଡର ଦେଇଛି। ବୋଇଙ୍ଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଆକାଶ ଏୟାରଠାରୁ ଅର୍ଡର ପାଇଛୁ | ଆକାଶ ଏୟାର ଏବଂ ଆମେରିକୀୟ ବିମାନ ନିର୍ମାତା ବୋଇଙ୍ଗ ପକ୍ଷରୁ ମିଳିତ ବିବୃତ୍ତିରେ ଉଲ୍ଲେଖ କରାଯାଇଛି, ‘ଆକାଶ ଏୟାରର ଅର୍ଡରରେ ୭୩୭ ମ୍ୟାକ୍ସର ୨ ପ୍ରକାର ବିମାନ ରହିଛି |

ଏଥିମଧ୍ୟରେ ୭୩୭-୮ ଏବଂ ୭୩୭-୮-୨୦୦ ବିମାନ ରହିଛି | ଆକାଶ ଏୟାରର ସିଇଓ ବିନୟ ଦୁବେ କହିଛନ୍ତି, ‘ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ ଚଳାଚଳ ବଜାର ମଧ୍ୟରୁ ଭାରତର ଅପାର ସମ୍ଭାବନା ରହିଛି | ବିମାନ ଯାତ୍ରାରେ ଆମେ ଏକ ଶକ୍ତିଶାଳୀ ଉତଥାନ ଦେଖୁଛୁ’ | କୋଟିପତି ନିବେଶକ ରାକେଶ ଝୁନଝୁନୱାଲାଙ୍କ ଦ୍ୱାରା ସମର୍ଥିତ ଏହି ବିମାନ କମ୍ପାନୀକୁ ଅଗଷ୍ଟ ମାସରେ, ଡ଼ିଜିସିଏ ମ୍ୟାକ୍ସ ଜେଟ୍ ଉଡ଼ାଇବାକୁ ଅନୁମତି ଦେଇଥିଲା।

ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଆସନ୍ତା ବର୍ଷଠାରୁ ଏହି ଏୟାରଲାଇନ୍ସ ଉଡାଣ ଆରମ୍ଭ କରିବ । ଆକାଶ ଏୟାରଲାଇନ୍ସକୁ ଷ୍ଟକ୍ ମାର୍କେଟର ବିଗ ବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲା ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି | ଆକାଶ ଏୟାର ବ୍ରାଣ୍ଡ ନାମରେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରୁଥିବା ଏସଏନଭି ଆଭିଏସନ ପ୍ରାଇଭେଟ ଲିମିଟେଡକୁ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନଓସି ମିଳିସାରିଛି |

ସମ୍ବନ୍ଧିତ ଖବର