ବାଇଜୁସ୍‌କୁ ଜରିମାନା

ନୂଆଦିଲ୍ଲୀ: ଏଜୁଟେକ୍ ଷ୍ଟାର୍ଟଅପ୍ ବାଇଜୁସ୍‌ ବିରୋଧରେ ଦାଏର ହୋଇଥିବା ଏକ ଦେବାଳିଆ ଆବେଦନର ଜବାବ ଦେବାରେ ବିଫଳ ହେବାରୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ବୁଧବାର ଏହା ଉପରେ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ୨ କୋଟିରୁ ଅଧିକ ଟଙ୍କା ଖିଲାପ ପାଇଁ ଚଳିତ ବର୍ଷ ଫେବ୍ରୁଆରିରେ ସର୍ଫର ଟେକ୍ନୋଲୋଜି ପ୍ରାଇଭେଟ୍ ପକ୍ଷରୁ ଏକ ପିଟିସନ୍ ଦାଖଲ କରାଯାଇଥିଲା। ସର୍ଫର ଟେକ୍ନୋଲୋଜି ହେଉଛି ଚତୁର୍ଥ ସଂସ୍ଥା ଯିଏ ବାଇଜୁସ୍‌ ବିରୋଧରେ ମାମଲା ଦାୟର କରିଛି।

ପ୍ରଥମେ ଟ୍ରିବ୍ୟୁନାଲ ବାଇଜୁସ୍‌କୁ ଜବାବ ଦେବାର ସୁଯୋଗକୁ ବନ୍ଦ କରିବାକୁ ଚିନ୍ତା କରିଥିଲେ, କିନ୍ତୁ ଶେଷରେ ସେମାନେ ଟଙ୍କା ଦେବା ପରେ ସେମାନଙ୍କୁ ନିଜର ମତ ରଖିବାକୁ ଅନୁମତି ଦେଇଥିଲେ। ବିଳମ୍ବର କାରଣ ପଚାରିବାରୁ ବାଇଜୁସ୍‌ର ଓକିଲ କହିଛନ୍ତି ଯେ ସେମାନେ କମ୍ପାନିର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ଏହାପରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଜରିମାନା ପୈଠ ଉପରେ କେବଳ ବାଇଜୁସ୍‌ ଜବାବ ଉପରେ ବିଚାର କରାଯିବ। ଏଭଳି ଆବେଦନ ଦାଖଲ କରିଥିବା ଅନ୍ୟ ସଂସ୍ଥା ଗୁଡ଼ିକ ମଧ୍ୟରେ ଟେଲିପରଫର୍ମାନ୍ସ ବିଜନେସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରହିଛନ୍ତି।

ସମ୍ବନ୍ଧିତ ଖବର