ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତ ଟ୍ରେନ୍ର ଟିକେଟର ମୂଲ୍ୟ ହ୍ରାସ ପାଇଛି। ସରକାର ଟ୍ରେନ୍ରେ ବିକ୍ରି ହେଉଥିବା ଖାଦ୍ୟ ଓ ପାନୀୟ ସହିତ ଟିକେଟ ସହିତ ବୁକ୍ କରାଯାଉଥିବା ମିଲ୍ରେ ଲାଗୁଥିବା ଟ୍ୟାକ୍ସକୁ କମ୍ କରି ଦେଇଛନ୍ତି। ଅର୍ଥମନ୍ତ୍ରୀ ଜିଏସ୍ଟିକୁ ନେଇ ଏକ ଚିଠି ଜାରି କରିଥିଲେ। ଏଥିରେ ଉଲ୍ଲେଖ ଥିଲା କି, ରେଳ ଷ୍ଟେସନ୍ ଓ ଟ୍ରେନ୍ରେ ମିଳୁଥିବା ଖାଦ୍ୟ ଓ ପାନୀୟ ସମାଗ୍ରୀ ଉପରେ କେବଳ ୫ପ୍ରତିଶତ ଜିଏସ୍ଟି ଲାଗିବ। ଟ୍ରେନ୍ରେ ଖାଦ୍ୟ ପାନୀୟ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଥିଲା। ଏତଦ୍ବ୍ୟତୀତ ସମସ୍ତ ମେଲ ଓ ଏକ୍ସପ୍ରେସ ଟ୍ରେନ୍ରେ ଖାଦ୍ୟ ଓ ପାନୀୟ ମୂଲ୍ୟ ଉପରେ ୫ପ୍ରତିଶିତ ଟ୍ୟାକ୍ସକୁ ପ୍ରଥମରୁ ଲାଗୁ କରାଯାଇଥିଲା। ତେବେ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ ଓ ଦୁରନ୍ତ ଭଳି ପ୍ରିମିୟମ ଟ୍ରେନ୍ରେ ୧୬ ଏପ୍ରିଲରୁ ଏହାକୁ ଲାଗୁ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଟ୍ରେନ୍ ଟିକେଟର ମୂଲ୍ୟ ଏଥିପାଇଁ ହ୍ରାସ କରାଯାଇଛି, କାରଣ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ ଓ ଦୁରନ୍ତ ଟ୍ରେନ୍ରେ ମିଲ ଟିକେଟ ମୂଲ୍ୟରେ ହିଁ ସାମିଲ ରହିଥାଏ। ଫାଷ୍ଟ ଏସି ଓ ଏଗଜିକ୍ୟୁଟିବ୍ ଚେୟାରରେ ଜଳଖିଆ ମୂଲ୍ୟ ୯୦ଟଙ୍କା ଓ ଚା’ ମୂଲ୍ୟ ୪୫ଟଙ୍କା ରହିଛି। ସେକେଣ୍ଡ ଏସି ଓ ଥାର୍ଡ ଏସି ଓ ଚେୟାର କାରରେ ୭୦ଟଙ୍କାରେ ଓ ଦୁରନ୍ତ ସ୍ଲିପରରେ ୪୦ଟଙ୍କାର ଜଳଖିଆ ମିଳିବ। ଏତଦ୍ ବ୍ୟତୀତ ଲଞ୍ଚ ଓ ଡିନର କୋଚ ଉପରେ ନିର୍ଭର କରୁଛି। ଏଥିରେ ଖାଦ୍ୟ ମୂଲ୍ୟ ୭୫ରୁ ୧୪୦ଟଙ୍କା ପର୍ଯ୍ୟନ୍ତ ରହିଛି। ଦୁରନ୍ତ ଏକ୍ସପ୍ରେସ୍ରେ ଚା’ ୨୦ଟଙ୍କାରେ ଓ ଫାଷ୍ଟ ଏସି, ଏଗଜିକ୍ୟୁଟିବ୍ ଚେୟାରରେ, ସେକେଣ୍ଡ ଏସି ଓ ଥାର୍ଡ ଏସିରେ ଚା’ ୪୫ଟଙ୍କାରେ ଉପଳବ୍ଧ ହେବ।