ନିକେଶ ଅରୋରାଙ୍କ ଦରମା ଜକରବର୍ଗଙ୍କଠୁ ଅଧିକ

ନୂଆଦିଲ୍ଲୀ: ପାଲୋ ଅଲ୍‌ଟୋ ନେଟ୍‌ୱର୍କର ସିଇଓ ନିକେଶ ଅରୋରାଙ୍କ ଦରମା ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜକରବର୍ଗଙ୍କ ଦରମାଠାରୁ ଅଧିକ। ଆମେରିକାରେ ସିଇଓ ଭାବେ ଦ୍ବିତୀୟ ସର୍ବାଧିକ ଦରମା ପାଉଛନ୍ତି ନିକେଶ। ତାଙ୍କୁ ୧୫୧.୪୩ ନିୟୁତ ଡଲାର ଦରମା ମିଳିଛି। ଅନ୍ୟତମ ପ୍ରବାସୀ ଭାରତୀୟ ସିଇଓ ଆଡୋବ୍‌ର ସାନ୍ତନୁ ନାରାୟଣ ଦରମା ପାଇବାରେ ୧୧ତମ ସ୍ଥାନରେ ରହିଛନ୍ତି। ନାରାୟଣଙ୍କୁ ୪୪.୯୩ ନିୟୁତ ଡଲାର ଦରମା ଦିଆଯାଇଛି। ଫେସବୁକ୍‌ର ପ୍ରତି‌‌ଷ୍ଠାତା ମାର୍କ ଜକରବର୍ଗ ଦରମା ଆକାରରେ ଉଭୟ ନିକେଶ ଓ ସାନ୍ତନୁଙ୍କଠାରୁ କମ୍ ଦରମା ନେଇଛନ୍ତି। ତାଙ୍କୁ ୨୪.୪୦ ନିୟୁତ ଡଲାର ଦରମା ଦିଆଯାଇଛି।

ସମ୍ବନ୍ଧିତ ଖବର