ରାଧାଶ୍ୟାମ ମହାପାତ୍ର ନାଲ୍‌କୋର ନୂଆ ନିର୍ଦେଶକ

ଭୁବନେଶ୍ବର : ନାଲ୍‌କୋର ନୂଆ ନିର୍ଦେଶକ (ମାନବ ସମ୍ବଳ) ଭା‌ବେ ରାଧାଶ୍ୟାମ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସେଣ୍ଟ୍ରାଲ୍ କୋଲ୍‌ଫିଲ୍ଡସ୍‌ ଲିମି‌ଟେଡ୍‌ର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଶକ୍ତି, ତୈଳ ଓ କୋଇଲା କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ ଆଣ୍ଡ୍‌ ଲେବର୍‌ ୱେଲ୍‌ଫେୟାରରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏନ୍‌ଏଚ୍‌ପିସି, ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଓ କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ସେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର