ଓଡ଼ିଶାରେ ‘ସେୟାର ଇଣ୍ଡିଆ ଫିନ୍‌କ୍ୟାପ୍’: ଗ୍ରାମୀଣ ମହିଳା ‌ଉଦ୍ୟୋଗୀଙ୍କୁ ସଶକ୍ତ କରିବ

ଭୁବନେଶ୍ବର: ଦେଶର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ସେୟାର ଇଣ୍ଡିଆ ଫିନ୍‌କ୍ୟାପ୍ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଉପେକ୍ଷୀତ ବର୍ଗଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଉପରେ ଧ୍ୟାନ ଦେଉଥିବା ଏହି ସଂସ୍ଥା ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଉଦ୍ୟମିତାର ବିକାଶ କରାଇ ସେମାନଙ୍କୁ ସଶକ୍ତ କରାଯାଉଛି। ସେୟାର ଇଣ୍ଡିଆ ଫିନ୍‌କ୍ୟାପ୍ ପକ୍ଷରୁ କୁହାଯାଇଛି ଯେ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କ ପାଣ୍ଠିକୁ ନେଇ ରହିଥିବା ଅନ୍ତରକୁ ଦୂର କରି ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।

ଡିଜିଟାଲ୍ ମାଧ୍ୟମରେ ଏହା ଗ୍ରାହକମାନଙ୍କୁ ସଂଗଠିତ କ୍ଷେତ୍ରର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ମହିଳାମାନେ ଯେଭଳି ନିଜର ବ୍ୟବସାୟ ଆରମ୍ଭ କରି ତାହାକୁ ବଢ଼ାଇପାରିବେ, ସେଥିପାଇଁ ଏହା ଆର୍ଥିକ ଟୁଲ୍‌, ସମ୍ବଳ ଓ ସଚେତନତା କାର୍ଯ୍ୟକ୍ରମ ପ୍ରଦାନ କରିବ। କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଗମ ଗୁପ୍ତା କହିଛନ୍ତି ଯେ ଅଭିବୃଦ୍ଧି ଓ ଉଦ୍ୟମିତା ଲାଗି ବିପୁଳ ସମ୍ଭାବନା ଥିବା ରାଜ୍ୟ ଓଡ଼ିଶାରେ ଆମ ସେବା ପ୍ରଦାନ କରିବାକୁ ଯାଉଥିବାରୁ ଆମେ ବେଶ୍‌ ଉତ୍ସାହି ରହିଛୁ। ଗ୍ରାମୀଣ ମହିଳାମାନଙ୍କୁ ଆମେ ସଶକ୍ତ କରିବାକୁ ଚାହୁଛୁ। ଏହା ଦ୍ବାରା ଲୋକମାନଙ୍କ ବ୍ୟକ୍ତିଗତ ବିକାଶ ହେବ ଏବଂ ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ପ୍ରତି ତାହା ଯୋଗଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର