ସ୍ବାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରି ଚୋର କଲା ଏଭଳି ଦାବି

ନୂଆଦିଲ୍ଲୀ: ସିଭିଲ ସେବା ପରୀକ୍ଷାରେ ଅସଫଳ ହେବାପରେ ଜଣେ ଯୁବକ ଚୋରିକୁ ନିଜର ପେସା କରି ଦେଇଥିଲା। ନିକଟରେ ଉକ୍ତ ଚୋର ଜଣକ ଚୋରି କରିବାକୁ ଯାଇ ସ୍ବାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର  ଭିଡିଓ ରେକର୍ଡ କରି ଦେଇଥିଲା। ଏହାପ‌ରେ ଉକ୍ତ ଭିଡିଓକୁ ଭାଇରାଲ କରିଦେବା ଧମକ ଦେଇ ସେ ସ୍ବାମୀ-ସ୍ତ୍ରୀଙ୍କ ଠାରୁ ୧୦ଲକ୍ଷ ଟଙ୍କା ଦାବି କରିଥିଲା। ଚୋରର ଧମକରେ ସ୍ବାମୀ-ସ୍ତ୍ରୀ ଭୟଭୀତ ନହୋଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ଛତିଶଗଡ଼ର ଦୁର୍ଗରେ ଘଟିଥିବା ଏହି ଘଟଣାକୁ ନେଇ ପୁଲିସ କହିଛି, ବିନୟ କୁମାର ସାହୁ(୨୮) ସରକାରୀ ଚାକିରି ପାଇବାକୁ ଅନେକଥର ଉଦ୍ୟମ କରିଛି।  ଏଥିପାଇଁ ସେ ପିଏସସି ପରୀକ୍ଷା‌ ବି ଦେଇଥିଲା।  କିନ୍ତୁ ସେ ପ୍ରତିଥର ଅସଫଳ ରହିଥିଲା। ଏଥିରେ ନିରାଶ ହୋଇ ବିନୟ ତାର କ୍ୟାରିୟର ବଦଳାଇବାକୁ ଚାହିଁଥିଲା। ପ୍ରଥମେ ସେ ଆଖପାଖ ଅଞ୍ଚଳର ପରିବା ବଜାରକୁ ଆସୁଥିବା ଲୋକଙ୍କ ଠାରୁ ମୋବାଇଲ ଚୋରି ସହିତ ଛୋଟଛୋଟ ସାମଗ୍ରୀ ଚୋରି କରିବା ଆରମ୍ଭ କରିଥିଲା।

ଚୋର ବିନୟ ସାହୁ ଯେଉଁ ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ  କରିଥିଲା ସେ ପୂର୍ବରୁ ବି ଏହି ଘରୁ ଦୁଇଥର ଚୋରି କରିସାରିଛି। ତୃତୀୟଥର ବି ତାର ବିଶ୍ବାସ ଥିଲା ଯେ ନିଶ୍ଚିତ ଭାବେ ସଫଳତାର ସହ ଚୋରି କରି ଚାଲି ଆସିବ।

ସେଇ ଆଶାରେ ସେ ଚୋରି ପାଇଁ ଘରେ ପଶିଥିଲା। ଚୋରି ପାଇଁ ସାମଗ୍ରୀ ଖୋଜୁଥିବା ବେଳେ ତାର ନଜର ସ୍ବାମୀ ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଉପରେ ପଡ଼ିଥିଲା। ସେ ଝରକା ପାଖରେ ଲୁଚି ଯାଇ ଉକ୍ତ ଦୃଶ୍ୟକୁ ନିଜର ଫୋନରେ ରେକର୍ଡ କରିଥିଲା। ତା’ପର ଦିନ ଦମ୍ପତିଙ୍କ ହ୍ବାଟସଆପ ନମ୍ବରରେ ଉକ୍ତ ଭିଡିଓକୁ ପଠାଇ ୧୦ଲକ୍ଷ ଟଙ୍କା ଦାବି କରିଥିଲା।

ଦମ୍ପତି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଫୋନ ନମ୍ବର ଟ୍ରାକ କରି ବିନୟ କୁମାର ସାହୁକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର