ଜେଲ୍‌ ପରିବେଶକୁ ଧୀରେ ଧୀରେ ଆଦରି ନେଲେଣି ବାପ-ଝିଅ, ଆଉ ଯାଉନି ବାହାରୁ ଖାଦ୍ୟ ଓ ପୋଷାକ

ହରିଆଣା: ଆତ୍ମଘୋଷିତ ସାଧୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ୍‌ ସିଂ ଏବଂ ତାଙ୍କ ପାଳିତକନ୍ୟା ହନିପ୍ରୀତ ଇନସାନ୍‌ ଜେଲର ଖମ୍ବ ଆଢ଼ୁଆଳରେ ଜୀବନ ବିତାଇବାର ଅନେକ ଦିନ ହୋଇଗଲାଣି। ଧୀରେ ଧୀରେ ସେମାନେ ଜେଲ୍‌କୁ ଆଦରି ନେଲେଣି ପ୍ରାୟ। ପୂର୍ବରୁ ଜେଲ୍‌ ଖାଦ୍ୟକୁ ନାକ ଟେକୁଥିବା ହନିପ୍ରୀତ୍‌ ଏବେ ତାହାକୁ ଖାଉଛନ୍ତି ବୋଲି ସୂଚନା ରହିଛି। ଆଗରୁ ସେ ଘରୋଇ ଖାଦ୍ୟ ଖାଉଥିବାବେଳେ ଏବେ ସେଥିରୁ ବଞ୍ଚିତ କରାଯାଇଛି। ଆଗରୁ ନିଜ ପସନ୍ଦର ଘରୁ ମଗାଇ ପିନ୍ଧୁଥିବା ପୋଷାକ ଆଉ ପଠାଯାଉନାହିଁ।  ତାଙ୍କୁ ଭଜନ କୀର୍ତ୍ତନଶୁଣିବାକୁ ଭଲ ଲାଗୁନି। ସେଥିରେ ମନରେ ବିରକ୍ତ ଆସୁଛି।

ଅଣ କୁଶଳୀ ଶ୍ରମିକ ଭାବରେ  ରାମ ରହିମଙ୍କୁ ଦୈନିକ ୨୦ଟଙ୍କା ଲେଖାଁଏ ମୁଜୁରୀ ପାଇ ରୋଷେଇ  ବଗିଚାକାମ କରୁଛନ୍ତି। ଜେଲ କର୍ତ୍ତୃପକ୍ଷ ମାସକୁ ୫୦୦୦/- ଟଙ୍କା ତାଙ୍କ ଫଳମୂଳଖର୍ଚ୍ଚ ପାଇଁ ବ୍ୟାଙ୍କ ଖାତାରେ ଜମା କରୁଛନ୍ତି। ତାଙ୍କ ପାଇଁ ତନଭିର ଅହମଦ୍‌ ମିର୍‌ ଏବଂ  ଧ୍ରୂବ ଗୁପ୍ତା ନାମକ ଓକିଲ ପ୍ରତିପକ୍ଷ ଭାବରେ ଲଢୁଛନ୍ତି। ସେ ଦୁଇଟି ହତ୍ୟାଘଟଣାରେ ସଂପୃକ୍ତ ଥିବାରୁ ଜେଲ ଦଣ୍ଡ ଶୁଣାଯାଇଥିଲା। ପଞ୍ଚକୁଲା ହରିଆଣାା ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି କେସ୍‌ ଲଢୁଛନ୍ତି।

ସମ୍ବନ୍ଧିତ ଖବର