ଗୁରୁ-ଶିଷ୍ୟ ସଂପର୍କରେ କଳାଦାଗ : ଟିସି ଦେବା ବାହାନାରେ ଛାତ୍ରୀକୁ ଡାକି ଦୁଷ୍କର୍ମ, ପୁଣି ପରେ ବ୍ଲାକମେଲିଂ କରି ଜେଲ ଗଲେ ପ୍ରିନ୍ସିପାଲ୍

କାନପୁର: କାନପୁରରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ ମାମଲାରେ କୋର୍ଟ ଅଭିଯୁକ୍ତ ପ୍ରିନ୍ସପାଲଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ଯୁକ୍ତ୨ ପାସ୍ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଦ୍ୟାଳୟର ପ୍ରିନ୍ସିପାଲ କାନପୁରର ଏଡିଜେ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରିନ୍ସିପାଲ କେବଳ ଛାତ୍ରୀଙ୍କୁ ବଳାତ୍କାର କରିନାହାନ୍ତି, ବରଂ ତାଙ୍କୁ ରାତିରେ ଭିଡିଓ କଲ କରି ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ। ଛାତ୍ରୀଙ୍କ ଓକିଲ ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ ସମସ୍ତ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲେ, ଏହା ପରେ ଜଜ୍ ଛାତ୍ରୀଙ୍କ ସାକ୍ଷ୍ୟ ଗ୍ରହଣ କରି ପ୍ରିନ୍ସପାଲଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତାଙ୍କ ଉପରେ ପଚାଶ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।

ସୂଚନାନୁସାରେ, ଏହି ଘଟଣାଟି ପ୍ରାୟ ତିନି ବର୍ଷ ପୁରୁଣା। ସେପ୍ଟେମ୍ବର ୫, ୨୦୨୦ରେ କାନପୁରର ନୌବସ୍ତା ପୁଲିସ ଷ୍ଟେସନରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟର ପ୍ରିନ୍ସିପାଲ ଅବଧେଶ ସିଂ ଯାଦବ ନିଜ ବିଦ୍ୟାଳୟର ଜଣେ ଯୁକ୍ତଦୁଇ ପାସ୍ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଅବଧେଶ ସିଂ ବିଦ୍ୟାଳୟର ପ୍ରିନ୍ସିପାଲ ତଥା ମାଲିକ ମଧ୍ୟ ଥିଲେ। ତାଙ୍କ ବିଦ୍ୟାଳୟ କାନପୁରରେ ବହୁତ ପ୍ରସିଦ୍ଧ ରହିଥିଲା।

ଛାତ୍ରୀଙ୍କ ଅଭିଯୋଗ କରିଥିଲେ ଯେ, ଯୁକ୍ତ ଦୁଇ ପାସ୍ କରିବା ପରେ ମଧ୍ୟ ତାଙ୍କ ଫି ବକେୟା ରହିଛି କହି ଟିସି ଦିଆଯାଇନଥିଲା। ଦିନେ ପ୍ରିନ୍ସିପାଲ ତାଙ୍କୁ ସ୍କୁଲ ପଛରେ ଥିବା ତାଙ୍କ କୋଠରୀକୁ ଡାକି କାଗଜପତ୍ର ଯାଞ୍ଚ କରିବା ବାହାନାରେ ବଳାତ୍କାର କରିଥିଲେ। ଛାତ୍ରୀ ଜଣକ କହିଥିଲେ ଯେ ତାଙ୍କୁ ପ୍ରିନ୍ସିପାଲ ତିନିଥର ବଳାତ୍କାର କରିଥିଲେ। ଏହା ପରେ ପ୍ରିନ୍ସିପାଲ ଛାତ୍ରୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ, ଯାହା ପରେ ସେ ପୁଲିସ ଷ୍ଟେସନରେ ଏଫଆଇଆର ଦେବାକୁ ବାଧ୍ୟ ହୋଇଥିଲେ। ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ କରିବା ପରେ ପୁଲିସ ପ୍ରିନ୍ସପାଲ୍ ଅବଧେଶ ସିଂ ଯାଦବଙ୍କୁ ଗିରଫ କରିଥିଲା । କିନ୍ତୁ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଏହି ସମୟ ମଧ୍ୟରେ ଶୁଣାଣି ଜାରି ରହିଥିଲା ​​ଏବଂ ବର୍ତ୍ତମାନ କାନପୁରର ଏଡିଜେ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର