ଉମରକୋଟ ମେଡ଼ିକାଲରୋଡରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ ଥିବା ମୁଖ୍ୟ ମେଡ଼ିକାଲକୁ ଯିବା ରାସ୍ତାରେ ଆଜି ପ୍ରଶାସନ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ଏହି ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଉମରକୋଟ-ନବରଙ୍ଗପୁର ରାସ୍ତାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଠାରୁ ମିକ୍ସଡ ଫାର୍ମ ପୋଲ ପର୍ଯ୍ୟନ୍ତ କରାଯିବ। ଆଜି ପ୍ରଥମ ଦିନରେ ଚଡେଇଗୁଡା ଗ୍ରାମକୁ ଯିବା ରାସ୍ତା ଠାରୁ ଏହି କାର୍ଯ୍ୟ ଆରମ୍ଭ ହେଇଛି। ଏହି ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ୩୦ରୁ ଉର୍ଦ୍ଧ୍ବ ଘର, ଦୋକାନ ଘର ଗୁଡ଼ିକକୁ ପ୍ରଶାସନ ଜେସିବି ଲଗାଇ ପୁରା ମାଟିରେ ମିଶାଇ ଦେଇଛି।ଉମରକୋଟ ମେଡ଼ିକାଲ କାନ୍ତକୁ ଲାଗି ଯେତେ ଘର ଥିଲା ସବୁକୁ ଭଙ୍ଗି ଦିଆ ଯାଇଛି। ବିଶେଷ କରି ମେଡିକାଲକୁ ଲାଗିଥିବା ଏକ ବିରାଟ ଦାମୀ ଘରମଧ୍ୟ ମାଟିରେ ମିଶି ଯାଇଛି। ୱାଟର ସର୍ଭିସ ଷ୍ଟେସନ, ହୋଟେଲ, ପାନ ଦୋକାନ, କିରଣ ଦୋକାନ କରି ବଞ୍ଚୁଥିବା ବହୁ ଗରୀବ ପରିବାର ନିଜ ନିଜ ଜୀବିକା ହରାଇଥିବା ମଧ୍ୟ ଅଭିଯୋଗ ହେଇଛି। ଆଜି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ଆସନ୍ତା କାଲି ମଧ୍ୟ ଏହା ଜାରି ରହିବ।

Sambad

ମେଡ଼ିକାଲର ଉନ୍ନତି କରଣ ଓ ଅନ୍ୟାନ୍ୟ ଉନ୍ନତି କାରଣ କାମ ପାଇଁ ଏହି ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କରିଛି ପ୍ରଶାସନ। ମୂଳକ କାମ ପାଇଁ ଏହି ଉନ୍ନତିକରଣ ପାଇଁ ଏହି ଉଚ୍ଛେଦ କାମ ଚାଲିଛି। ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ କହିଛନ୍ତି ଯେଉଁ ମାନଙ୍କ ପଟ୍ଟା ଜାଗା ରହିଛି ସେମାନଙ୍କର ଉଚ୍ଛେଦ କରାଯିବ ନାହିଁ, କିନ୍ତୁ ପଟ୍ଟା ଜାଗା ପରେ ବି ଯଦି ଜବର ଦଖଲ ରହିଛି ତାହେଲେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି। କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇ ୨ ପ୍ଲାଟୁନ ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଥିଲା। ଯେଉଁଥିରେ କି ପ୍ରାୟ ୧୫ଜଣ ମହିଳା ପୁଲିସକୁ ମଧ୍ୟ ନିୟୋଜିତ କରାଯାଇଛି। ଆଜିର ଏହି ଜବରଦଖଲ ଉଛେଦ କାର୍ଯ୍ୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ମାଜିଷ୍ଟ୍ରେଟ ଭାବରେ ଉମରକୋଟ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ, ପୁଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ପୌର ପରିଷଦ ନିର୍ବାହୀ ଅଧିକାରୀ ୠଷି ମାଝୀ, ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା, ପୂର୍ତ୍ତ ବିଭାଗର ସରକାରି ଯନ୍ତ୍ରୀ ଗୌରାଙ୍ଗ ପ୍ରସାଦ ମାଝୀ, କନିଷ୍ଠ ଯନ୍ତ୍ରୀ ବିନାୟକ ବେହେରା, ରାଜସ୍ଵ ନିରୀକ୍ଷକ ଶିବାନନ୍ଦ ରାଉତ, ବିଦ୍ୟୁତ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର