ଜାଲ୍‌ ରସିଦ ଦେଇ ଋଣ କିସ୍ତି ଟଙ୍କା ହଡ଼ପ!

ଗାନ୍ଧିଛକ: ରୂପ୍‌ସା ଥାନା ଅନ୍ତର୍ଗତ ରୂପ୍‌ସା ସାମିଲ ହାସନପୁର ଗ୍ରାମର ତୁଳସୀ ସ୍ୱୟଂସହାୟକ ଗୋଷ୍ଠୀ ସମ୍ପାଦକ ଅର୍ଚ୍ଚିତା ବିଶ୍ୱାଳ ଏବଂ ତାଙ୍କର ସ୍ୱାମୀ ବଂଶୀଧର ବିଶ୍ୱାଳ ପ୍ରତ୍ୟେକ ମାସ ମହିଳା ସଦସ୍ୟଙ୍କଠାରୁ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପୈଠ କରନ୍ତି। ମାତ୍ର କିଛିମାସ ହେବ ଗୋଷ୍ଠୀର ସଦସ୍ୟଙ୍କୁ ବ୍ୟାଙ୍କରେ ଜମା ବାବଦ ଜାଲ୍‌ ରସିଦ ଦେଇ ସେମାନେ ଲକ୍ଷାଧିକ କିସ୍ତି ଟଙ୍କା ଆତ୍ମସାତ କରିଥିଲେ।

ଏନେଇ ତୁଳସୀ ସ୍ବୟଂସହାୟକ ଗୋଷ୍ଠୀର ସଭାପତି ଅଞ୍ଜଳି ସିଂ ଏବଂ ଅନ୍ୟ ସଦସ୍ୟମାନେ ଗତକାଲି ଘଟଣା ବାବଦରେ ପଚରାରିବାକୁ ଅର୍ଚ୍ଚିତା ବିଶ୍ୱାଳଙ୍କ ଘରକୁ ଯାଇଥିଲେ। ହେଲେ ସେ ଓ ତାଙ୍କ ସ୍ବାମୀ ବଂଶୀଧର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ତେଣୁ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ଏନେଇ ରୂପ୍‌ସା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଫଳରେ ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

ସମ୍ବନ୍ଧିତ ଖବର