କ୍ୟାନ୍‌ସର ପୀଡ଼ିତଙ୍କ ପାଇଁ ସମୂହ କେଶ ଦାନ

ଖଇରା: କ୍ୟାନ୍‌ସର ପୀଡ଼ିତଙ୍କ ପାଇଁ ଖଇରା ନାଟାପଡ଼ା ଛକରେ ସମୂହ କେଶ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ର ଅଗ୍ରଣୀ ସାମଜିକ ସଂଗଠନ ଜନହିତ ଯୁବକ ସଂଘ ଏବଂ ଭୁବନେଶ୍ୱର ଶୋଭା ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ଯୋଗଦେଇ ନାରୀମାନଙ୍କୁ କେଶ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ।

ଏହି ଅବସରରେ ସରୋଜିନୀ ବେହେରା, କୁଞ୍ଜଳତା ମାହୁନ୍ତ, ହୀରାମୋତି ଜେନା, ବବିନା ଜେନା, ଏଏସ୍‌ ପ୍ରତିଭା କୁମାରୀ, ସ୍ମୃତିରଞ୍ଜନ ସୋରେନ, ଏଏସ୍‌ ଅର୍ପିତା କୁମାରୀ, ସବିତା ବେହେରା, ଗାୟତ୍ରୀ ଦାସ, ଲଳିତା ଦାସ, ସୁପ୍ରିୟା ବେହେରା କେଶ ଦାନ କରିଥିଲେ।

ସମ୍ବନ୍ଧିତ ଖବର