ମଦ୍ୟପ ସ୍ବାମୀର ଅମାନବୀୟ କାଣ୍ଡ, ବଚସା ପରେ ଛୁରୀରେ ସ୍ତ୍ରୀ’କୁ ହାଣିଲା

ଗୁରୁତର ଅବସ୍ଥାରେ ବଲାଙ୍ଗିର ସ୍ଥାନାନ୍ତରିତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଶବରପଡାଠାରେ ଜଣେ ମଦ୍ୟପ ସ୍ବାମୀ ଘରେ ନିଜ ସ୍ତ୍ରୀ ସହ ବଚସା ହେବା ପରେ ଛୁରୀରେ ହାଣିଦେଇଥିବା ଜଣାପଡିଛି। ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗିରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଆଜି ଦ୍ବିପ୍ରହରରେ, ପାଟଣାଗଡ଼ ଶବରପଡା ନିବାସୀ ପ୍ରକାଶ ଜୁଏଡ ମଦ ପିଇ ଘରକୁ ଯାଇଥିଲା। ଘରେ ପହଞ୍ଚିବା ପରେ ଉଭୟ ପ୍ରକାଶ ତା ସ୍ତ୍ରୀ ମଦନା ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରକାଶ ନିଜ ସ୍ତ୍ରୀ ମଦନାକୁ ଛୁରୀରେ ହାଣି ଚାଲିଥିଲା।

ମଦନାଙ୍କ ମୁଣ୍ଡ, ମୁହଁ, ପିଠିରେ ଆଘାତ ଲାଗିଥିବାବେଳେ ପରିବାରବର୍ଗ ମଦନାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ମଦନାକୁ ବଲାଙ୍ଗିର ଭୀମଭୋଇ ମେଡିକାଲ ଓ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଅପରପକ୍ଷରେ ଛୁରୀରେ ହାଣି ପ୍ରକାଶ ଫେରାର ହୋଇଯାଇଥିବାବେଳେ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅଭିଯୋଗ ହୋଇ ନ ଥିବା ରୁ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର