ଚର୍ଚ୍ଚାରେ ଶିଖର ଧୱନଙ୍କ ରେଞ୍ଜ ରୋଭର କାର୍, ମୂଲ୍ୟ କରିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ଜୀବନ ବଞ୍ଚିବାର ଶୈଳୀ ଏକ ସ୍ୱପ୍ନଠାରୁ କମ୍ ନୁହେଁ। ବିଦେଶର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲରେ ନିଜ ସହିତ ଗୁଣାତ୍ମକ ସମୟ ବିତାଇବାଠାରୁ ଆରମ୍ଭ କରି ସୁପରକାର୍ ଚଲାଇବା ପର୍ଯ୍ୟନ୍ତ, ଭାରତୀୟ ଦଳର ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଏସବୁର ଅନୁଭବ ନେଇ ସାରିଛନ୍ତି। କ୍ରିକେଟର ଅଧିକାଂଶ ସମୟ ନିଜର ମହଙ୍ଗା କାର ସହିତ ବିତାଇବାକୁ ଭଲ ପାଆନ୍ତି। ଯଦି ଆପଣ ତାଙ୍କ ଗ୍ୟାରେଜ ଭିତରକୁ ଯିବେ, ତେବେ ଭିତରେ ଦୁନିଆର ବିଭିନ୍ନ ସୁପରକାର ପାଇବେ।

ଏବେ ଧୱନ ପୁଣି ଥରେ ନିଜର ଏକ ବିଳାସପୂର୍ଣ୍ଣ କାର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କୁହାଯାଉଛି ଯେ, ସେ ନିକଟରେ ଏକ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଅଟୋବାଓଗ୍ରାଫି କିଣିଛନ୍ତି ଯାହାର ଏକ୍ସ ସୋ’ରୁମ ମୂଲ୍ୟ ରହିଛି ୩.୫କୋଟି ଟଙ୍କା। ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ରିଲ୍ ପୋଷ୍ଟ କରି ନିଜର ନୂଆ ବିଳାସପୂର୍ଣ୍ଣ କଳା ରଙ୍ଗର ଏସୟୁଭିକୁ ଦେଖାଇଛନ୍ତି।

ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଏସୟୁଭିରେ ୨୯୯୮ ସିସି ଇଞ୍ଜିନର ବୈଶିଷ୍ଟ୍ୟ ରହିଛି। ଏଥିରେ ୭ଟି ସିଟ୍ ରହିଥିବା ବେଳେ ୧୦ଟି ରଙ୍ଗରେ ଏହା ବଜାରକୁ ପ୍ରବେଶ କରିଛି। ଆପଣ ନିଜର ଇଚ୍ଛା ମୁତାବକ, ରଙ୍ଗ ବାଛି କାର୍ କିଣିପାରିବେ। କାରର ଦାମ ଅଧିକ ରହିଥିବା ବେଳେ ଏଥିରେ ବୈଶିଷ୍ଟ୍ୟ ମଧ୍ୟ ଭଲ ରହିଛି। ତେବେ ଶିଖର ଧୱନ ନୂଆ କାର କିଣିବାର ଖବର ନିଜ ପ୍ରଶଂସକଙ୍କୁ ଦେବା ପରେ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଆସିବା ଆରମ୍ଭ ହୋଇଛି।

news18
ସମ୍ବନ୍ଧିତ ଖବର